କ’ଣ ମଲ୍ଲିକାର୍ଜୁନ ବନିପାରିବେ କଂଗ୍ରେସର ‘ଅର୍ଜୁନ’ ?

374

୨୪ ବର୍ଷପରେ ଗାନ୍ଧି ପରିବାର ବାହାରର କୌଣସି ବ୍ୟକ୍ତି କଂଗ୍ରେସ ମଙ୍ଗ ଧରିଛନ୍ତି । ୨୪ ବର୍ଷ ତଳେ ସୀତାରାମ କେଶରୀ ବାଥରୁମରେ ବନ୍ଦ ହେବା ପରେ କଂଗ୍ରେସ ସଭାପତି ପଦ ଗାନ୍ଧି ପରିବାର ପାଖକୁ ଫେରିଥିଲା । ଏହାପରେ ୨୦୪ରୁ ୨୦୧୪ ପର୍ଯ୍ୟନ୍ତ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ୟୁପିଏ ମେଣ୍ଟ ଜରିଆରେ କ୍ଷମତାରେ ରହିଥିଲା । କିନ୍ତୁ ୨୦୧୪ ପରଠାରୁ କ୍ଷମତା କଂଗ୍ରେସକୁ ମୁହଁ ମୋଡିବା ପରେ ରାହୁଲ ଦଳର ନେତୃତ୍ୱ ନେବାକୁ ଅନିଛା ପ୍ରକାଶ କରିଥିଲେ । ରାହୁଲ ଏବେ ଭାରତ ଯାତ୍ରାରେ ଥିବା ବେଳେ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି୧୩୭ ବର୍ଷର ଦଳ ନିଜ ଅସ୍ଥ୍ତିତ୍ୱକୁ ମୋଦି ଯୁଗରେ ଖୋଜୁଥିବା ବେଳେ ପ୍ରଶ୍ନ ଉଠୁଛି ଯେ, ଖଡଗେଙ୍କ ପାଖରେ କ’ଣ ସେହି ଯାଦୁ ଅଛି ଯାହା କଂଗ୍ରେସର ସୁଦିନ ଫେରାଇ ଆଣିବ ? ମଲ୍ଲିକାର୍ଜୁନ କ’ଣ କଂଗ୍ରେସର ଅର୍ଜୁନ ହୋଇ ପାରିବେ ? ଅର୍ଜୁନଙ୍କ ଭଳି ସେ କ’ଣ ନିର୍ବାଚନୀ କୁରୁକ୍ଷେତ୍ରରେ କଂଗ୍ରେସର ବିଜୟରଥକୁ ଆଗକୁ ଅଗ୍ରସର କରାଇ ପାରିବେ ? ଏସବୁ ତ’ ଭବିଷ୍ୟତର କଥା କିନ୍ତୁ ଏବେ ମଲ୍ଲିକାର୍ଜୁନଙ୍କ ପାଖରେ ତାତ୍କାଳିକ ଦୁଇଟି ଚ୍ୟାଲେଂଜ୍ ରହିଛି ।

ପ୍ରଥମ ଅଗ୍ନିପରୀକ୍ଷା : ଦୁଇ ରାଜ୍ୟ ନିର୍ବାଚନ

ମଲ୍ଲିକାର୍ଜୁନଙ୍କ ଆଗରେ ପ୍ରଥମ ଚ୍ୟାଲେଂଜ୍ ହେଉଛି ଦୁଇଟି ରାଜ୍ୟରେ ନିର୍ବାଚନ । ଏହି ଦୁଇ ରାଜ୍ୟ ହେଉଛନ୍ତି ହିମାଚଳ ପ୍ରଦେଶ ଓ ଗୁଜୁରାଟ । ଗୁଜୁରାଟ ତ’ କଂଗ୍ରେସ ପାଇଁ ୧୯୯୫ ମସିହା ପରଠାରୁ ଅପହଂଚ ହୋଇଯାଇଛି । ବିଜେପିର ହିନ୍ଦୁତ୍ୱ ଲାବ୍ରୋଟରୀର ସମୀକରଣରେ କଂଗ୍ରେସ ରାସ୍ତା ହିଁ ପାଉନାହିଁ । ୨୦୦୭ରେ ଖୋଦ ସୋନିଆ ମୌତ୍ କା ସୌଦାଗର ଭଳି ଡାଇଲଗ ବ୍ୟବହାର କରି ମଧ୍ୟ ବିଜେପିକୁ କ୍ଷମତାରୁ ବେଦଖଲ କରିପାରିନଥିଲେ । ଏବେ କଂଗ୍ରେସ ପାଇଁ ଗୁଜୁରାଟରେ ଆପ୍ ଆଉ ଗୋଟିଏ ଚ୍ୟାଲେଂଜ୍ ହୋଇଯାଇଛି । ଆପ୍ ଯଦି କଂଗ୍ରେସ ଭୋଟକୁ ବିଭାଜିତ କରେ ତେବେ ବିଜେପି ପାଇଁ ବିଜୟପଥ ସହଜ ହେବ । ହିମାଚଳ ପ୍ରଦେଶରେ କଂଗ୍ରେସ ଭଲ ଫଳାଫଳର ଆଶା ରଖିଛିମୋଟାମୋଟି ଭାବେ ଏହି ଦୁଇ ରାଜ୍ୟର ନିର୍ବାଚନ ଖଡ଼ଗେଙ୍କ ପାଇଁ ବଡ଼ ଚ୍ୟାଲେଂଜ୍ ହେବ ।

ବିରୋଧୀ ମେଣ୍ଟ ଓ ଦଳ ଭିତରେ ଆହ୍ୱାନ

କଂଗ୍ରେସକୁ ନୂଆ ସଭାପତି ମିଳିଛି ସତ କିନ୍ତୁ ଖୋଦ ଖଡ଼ଗେଙ୍କ ସାମ୍ନାରେ ଦଳ ଭିତରେ ଓ ବିରୋଧୀ ମେଣ୍ଟରେ ଅନେକ ପ୍ରଶ୍ନ ଉଭା ହେବ । ଶଶି ଥରୁରଙ୍କ ଭଳି ନେତା ଖଡ଼ଗେଙ୍କ ଠାରୁ ହାରିଛନ୍ତି ସତ କିନ୍ତୁ ପରିବର୍ତ୍ତନର ଯେଉଁ କଥା ସେ ଉଠାଇଥିଲେ ଆଗକୁ ମଧ୍ୟ ଉଠାଇବେ । ଏହାସହ କଂଗ୍ରେସ ଭିତରେ ଏବେ ମଧ୍ୟ ଜି-୨୪ ଗ୍ରୁପର କିଛି ସଦସ୍ୟ ଅଛନ୍ତି । ସେମାନେ ବି ଆଗକୁ ଖଡଗେଙ୍କ ଆଗରେ ସେହି ସମାନ ପରିବର୍ତ୍ତନ କଥା ଉଠାଇ ପାରନ୍ତିଖଡଗେ କଂଗ୍ରେସର ପ୍ରଥମ ପରିବାରର ପ୍ରଥମ ପସନ୍ଦ କିନ୍ତୁ ତାଙ୍କୁ ବାକି ନେତା ଯେ, ଆଖିବୁଜି ମାନିନେବେ ତାହା ଭାବିବା ଠିକ ନୁହେଁ । ସେହିଭଳି ବିଜେପି ବିରୋଧୀ ମେଣ୍ଟରେ ମଧ୍ୟ କଂଗ୍ରେସର ଭୂମିକାକୁ ନେଇ ତାଙ୍କୁ ଆଂଚଳିକ ଶକ୍ତିକେନ୍ଦ୍ର ଗୁଡିଙ୍କୁ ଯବାବ ଦେବାକୁ ପଡ଼ିବ ।

ରାହୁଲଙ୍କ ପାଇଁ ତିଆରି କରିବାକୁ ହେବ ରାସ୍ତା

ଏହା କାହାରିକି ଅଛପା ନୁହେଁ ଯେ, ଗାନ୍ଧି ପରିବାର ଖଡ଼ଗେଙ୍କ ଦ୍ୱାରା ଦଳ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛି । ଖଡ଼ଗେ କେବଳ ଛାୟା ସଭାପତି ହେବେ । ପ୍ରକୃତ କ୍ଷମତା କେନ୍ଦ୍ର ଗାନ୍ଧି ପରିବାର ରହିବ ଖଡଗେଙ୍କୁ ଗାନ୍ଧି ପରିବାର ଓ ଦଳ ମଧ୍ୟରେ ତାଳମେଳ ରଖିବାକୁ ପଡିବ । କାରଣ ଆଗରୁ ଦେଖିବାକୁ ମିଳିଛି ଯେ, ଯେତେବେଳେ ବି ପରିବାର ବାହାର କୌଣସି ବ୍ୟକ୍ତି କଂଗ୍ରେସ ସଭାପତି ହୋଇଛନ୍ତି ସେତେବେଳେ ଗାନ୍ଧିପରିବାର ସହିତ ସେମାନଙ୍କ ସଂପର୍କ ଖରାପ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ସୀତାରାମ କେଶରୀଙ୍କ କ୍ଷେତ୍ରରେ ଏହା ହୋଇଥିଲାଏବେ ଖଡଗେଙ୍କୁ ଗାନ୍ଧି ପରିବାରର ଗୁଡବୁକରେ ରହିବା ସହିତ ରାହୁଲଙ୍କ ପାଇଁ ରାଜନୈତିକ ପଥ ପରିସ୍କାର କରିବାକୁ ପଡିବ । ଭାରତ ଯୋଡ଼ୋ ଯାତ୍ରା ପାଇଁ ରାହୁଲଙ୍କ ଛବି ମଜବୁତ ହୋଇଛି । ୨୦୨୪ ନିର୍ବାଚନକୁ ଆଉ ବେଶି ଦିନ ନାହିଁ । ଏମିତିରେ ଖଡ଼ଗେଙ୍କୁ ସେହି ଗତିଶିଳତା ବଜାୟ ରଖିବା ପାଇଁ ବହୁତ କରିଛି କରିବାକୁ ପଡି଼ବ । ଯେମିତି ରାହୁଲ ଏକ ଶକ୍ତି ଭାବେ ଉଭା ହେବେ ।

ଦଳ ଭିତେର ଆତ୍ମ ବିଶ୍ୱାସ ସୃଷ୍ଟିର ଚ୍ୟାଲେଂଜ୍

୨୦୧୪ ଓ ୨୦୧୯ର ବିରାଟ ପରାଜୟ ପରେ କଂଗ୍ରେସର ନେତା ଓ କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଘୋର ଅଭାବ ରହିଛି ବିଜେପିର ନିର୍ବାଚନୀ ମେସିନାରୀ ଓ ମୋଦି ଶାହଙ୍କ ରଣନୀତି ଆଗରେ ସେମାନେ ଅସହାୟ ଅନୁଭବ କରୁଛନ୍ତିଏମିତିରେ ଖଡ଼ଗେଙ୍କ ପାଇଁ ଦଳ ଭିତରେ ନୂଆ ପ୍ରାଣ ସଂଚାର କରିବା ଏକ ବଡ଼ ଚ୍ୟାଲେଂଜ୍ ହେବ ।

Leave A Reply

Your email address will not be published.

Close Bitnami banner
Bitnami