ବିଜେଡି ଖାତାକୁ ଯିବ ଧାମନଗର!

285

ମାଟି କାମୁଡି ପଡିବେ ବିରୋଧୀ!

ବଡ଼ ବ୍ୟବଧାନରେ ଆସନ ହାତେଇବ ଶାସକ ଦଳ!

ବିଗତ ସମସ୍ତ ଉପନିର୍ବାଚନରେ ବିଜୟର ବାନା ଉଡାଇଛି ବିଜେଡି । ଶାସକ ଦଳର ରଣନୀତି ଆଗରେ ଫିକା ପଡିଛନ୍ତି ବିରୋଧୀ ଗୋଷ୍ଠୀ। ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେପି ତାର ସମସ୍ତ ଦମ୍ ଲଗାଇଥିଲେ ମଧ୍ୟ ଉପନିର୍ବାଚନ ଗୁଡିକରେ ସିଟ୍ ହତେଇବାରେ ବିଫଳ ହୋଇଛି । ତେବେ ଆଲୋଚନା ହେଉଛି ଚଳିତ ଧାମନଗର ଉପନିର୍ବାଚନରେ ମଧ୍ୟ ବିରୋଧୀ ଭୋଗିବେ ସମ ଦୋଷା।

ଲୋକଙ୍କୁ ଅକୃଷ୍ଟ କରିବା ପାଇଁ ବିଜେଡି ଜାରି ରଖିଛି ତାର ରୀତିମତ ଉଦ୍ୟମ। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାର ସଫଳତା ହିଁ ଭୋଟରଙ୍କୁ ବିଜେଡି ଆଡକୁ ଟାଣି ଆଣୁଛି। ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ତାର ବିଜୟ ନକ୍ସା ପ୍ରସ୍ତୁତ କରିସାରିଛି। ଦଳୀୟ ହେବିୱେଟ୍ ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସମ୍ପର୍କ ଯୋଡିବାକୁ ଚଳାଇଛି ଜନ ସମ୍ପର୍କ ପଦଯାତ୍ରା। ଉକ୍ତ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଥିବା ଫାଟ ରେ ପେଚ ପକାଇ ଏବେ ଦଳକୁ କ୍ଷମତାକୁ ଆଣିବାକୁ ଚାଲିଛି ଜୋରଦାର କସରତ। ନେତା ଠାରୁ ଆରମ୍ଭ କରି କର୍ମୀ ସଭିଏଁ ଏକଜୁଟ ହୋଇ ଉପନିର୍ବାଚନ ବୈତରଣୀ ପାର କରିବାକୁ ଲଗାତାର ପ୍ରୟାସ ଜାରି ରଖିଛନ୍ତି।

Leave A Reply

Your email address will not be published.

Close Bitnami banner
Bitnami