ଏଣିକି ଗାଁ ଗାଁରେ ଗଡିବ ଫୁଟବଲ

248

ଫୁଟବଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୂଳଦୁଆ

ଶୁଭାରମ୍ଭ ହେଲା “ଫୁଟବଲ ଫର ଅଲ” କାର୍ଯ୍ୟକ୍ରମ

ସ୍କୁଲରେ ବଣ୍ଟାଯିବ 43 ହଜାର ଫୁଟବଲ

CM Naveen Patnaik Launches “Football for All Campaign” in Odisha

ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ, ଏଣିକି ଗାଁ ଗାଁରେ ଗଡିବ । ଓଡିଶା କେବଳ ହକି ନୁହେଁ ଏବେ ଫୁଟବଲର ବି ଏନ୍ତୁଡିଶାଳ ପାଲିଟିବାକୁ ଯାଉଛି । ଖାସ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଫୁଟବଲ ଫର ଅଲ୍ କାର୍ଯ୍ୟକ୍ରମ । ଫିଫାର 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ଆୟୋଜନର ଏହି ଗୌରବମୟ ପରିବେଶରେ ନିଆ ଯାଇଛି ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ 2000ରୁ ଅଧିକ ସ୍କୁଲ ସହ ଅନ୍ୟ କିଛି କ୍ରିଡା ଅନୁଷ୍ଠାନରେ ପ୍ରାୟ 43 ହଜାର ଫୁଟବଲ ବଣ୍ଟାଯିବ, ଯାହା ତୃଣମୁଳ ସ୍ତରରୁ ଫୁଟବଲକୁ ସୃଦୃଢ କରିବ। ଏହି କାର୍ଯ୍ୟକ୍ରମ ଫିଫାର ପ୍ରତକ୍ଷ୍ୟ ତତ୍ୱାବଧାନ ସହ କିଟ ଓ କିସର ସହଭାଗିତାରେ କରାଯିବ । ଭିଡିଓ କନଫରେନ୍ସରେ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଡି ହେବା ସହ କ୍ରିଡା କ୍ଷେତ୍ରରେ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭୁମିକାକୁ ପ୍ରଶଂସା କରିଥିଲେ ଏହା ସହ ଓଡିଶାକୁ ବିଶ୍ୱକପ୍ ଆୟୋଜନ ପାଇଁ ସୂଯୋଗ ଦେଇଥିବାରୁ ଫିଫାକୁ ଧନ୍ୟବାଦ ଜଣାଇଥିଲେ । ସେପଟେ ଫିଫାର ଫୁଟବଲ ଫର ସ୍କୁଲ କାର୍ଯ୍ୟକ୍ରମର ନିର୍ଦେଶିକା ମିସ ଫତିମାତା ମଧ୍ୟ କ୍ରିଡା ପାଇଁ ଓଡିଶା ସରକାରଙ୍କ ଉଦ୍ୟମ ଓ ପ୍ରୋତ୍ସାହନକୁ ଭୁୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଓଡିଶା କ୍ରିଡା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସଫଳ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଅନେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିବା ବେଳେ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ୟାପିଟାଲ ହାଇସ୍କୁଲ ସହ ୟୁନିଟ 9 ଗାର୍ଲସ ହାଇସ୍କୁଲରେ ଫୁଟବଲ ବଣ୍ଟନ କରିଥିଲେ । କାର୍ଯକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ରିଡା ଓ ଯୁବ ସେବା କମିଶନର ଭିନିଲ କ୍ରିଷ୍ଣା ।

Leave A Reply

Your email address will not be published.

Close Bitnami banner
Bitnami