ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ-୨ ହଜାର ଟଙ୍କିଆ ନୋଟ୍ ଗାଏବ !

429

ଦୁର୍ନିତୀ ଉପରେ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କହି ଯେଉଁ ନୋଟ୍ ବ୍ୟାନକୁ ମାର୍କେଟିଂ କରାଯାଇଥିଲା ତା’ର ସତ ଏବେ ଧିରେ ଧିରେ ପଦାକୁ ଆସିଲାଣି । ଯାହା ଜଣା ପଡୁଛି କଳା ଟଙ୍କା ଉପରେ ମୋଦିଙ୍କ ମାଡ଼ କାମ କରିନି ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ,୨ ହଜାର ଟଙ୍କିଆ ନୋଟ୍ ବଜାରରୁ ଉଭାନ୍ ହୋଇଯାଇଛି । ଖୋଦ ରିଜର୍ଭ ବ୍ୟାଙ୍କ ପାଖରେ ମଧ୍ୟ ଏହାର କିଛି ଖବର ନାହିଁ । ବଜାରରୁ ଗାଏବ ହୋଇଥିବା ଏହି ୧୬୮୦ କୋଟି ୫ଶହ ଓ ୨ ହଜାର ଟଙ୍କିଆ ନୋଟର ମୋଟ ମୂଲ୍ୟ ୯ ଲକ୍ଷ ୨୧ ହଜାର କୋଟି ବୋଲି କୁହାଯାଉଛି

କୁଆଡେ ଗଲା ୧୬୮୦ କୋଟି ନୋଟ୍ ?

ରିଜର୍ଭ ବ୍ୟାଙ୍କର ୨୦୧୬-୧୭ରୁ ୨୦୨୧-୨୨ର ବାର୍ଷିକ ରିପୋର୍ଟ ଅନୁସାରେ ଏହି ସମୟସୀମାରେ ୫ଶହ ଓ ୨ ହଜାରର ମୋଟ ୬ ହଜାର ୮୪୯ କୋଟି ନୋଟ୍ ଛପା ଯାଇଥିଲା । ଏହାଭିତରୁ ୧୬୮୦ କୋଟିରୁ ଅଧିକ ନୋଟ୍ ବଜାରରୁ ଉଭାନ ହୋଇଯାଇଛି । ଏହି ଗାୟବ ନୋଟଙ୍କ ମୂଲ୍ୟ ୯ ଲକ୍ଷ ୨୧ ହଜାର କୋଟି । ଏହି ଗାୟବ ନୋଟ୍ ମଧ୍ୟରେ ସେହି ଖରାପ ନୋଟ ସାମିଲ ନାହିଁ ଯାହାକୁ ରିଜର୍ଭ ବ୍ୟାଙ୍କ ନିଜେ ବଜାରରୁ ହଟାଇଛି ବା ନଷ୍ଟ କରିଛି

ଆଇନ ଅନୁସାରେ ଯେଉଁ ଟଙ୍କା ଉପରେ କର ଦିଆଯାଇନଥିବ ତାହା କଳାଧନ । ଏହି ୯ ଲକ୍ଷ ୨୧ ହଜାର କୋଟି ଟଙ୍କାରେ ଲୋକଙ୍କ ଘରେ ଥିବା ସଂଚିତ ଜମା ପୁଂଜି ମଧ୍ୟ ସାମିଲ ଥାଇପାରେ । ତେବେ ଉତ୍ତର ପ୍ରଦେଶ ନିର୍ବାଚନ କାଳରେ ଅତର ବ୍ୟବସାୟୀଙ୍କ ଘରେ ହୋଇଥିବା ଚଢାଉ ହେଉ କି ନିକଟରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥୋ ଚାଟାର୍ଜୀଙ୍କ ଘର ଉପରେ ହୋଇଥିବା ଚଢାଉରୁ ମିଳିଥିବା ଟଙ୍କା ଭିତରେ ୯୫ ପ୍ରତିଶତ ୫ଶହ ଓ ୨ ହଜାର ଟଙ୍କା ଥିଲା ଜନୈକ ରିଜର୍ଭ୍ ବ୍ୟାଙ୍କ ଅଧିକାରୀଙ୍କ ଅନୁସାରେ ସର୍କ୍ୟୁଲେସନରେ ନଥିବା ଟଙ୍କା ବ୍ଲାକ୍ ମନି ନହେଲେ ମଧ୍ୟ ଏହି ଟଙ୍କାର ସିଂହଭାଗ କଳାଧନ ହୋଇଥିବାର ଆଶଙ୍କା ଅଧିକ

କଳାଧନ ଜମା କରିବାର ସହଜ ବାଟ

ସରକାର ମାନନ୍ତୁ କି ନାହିଁ କିନ୍ତୁ କଳାଧନ ଠୁଳ କରିବାର ସହଜ ବାଟ ହେଉଛି ବଡ଼ ନୋଟ୍ ୫ଶହ ଓ ୨ ହଜାର ନୋଟକୁ ସହଜରେ ରଖାଯାଇପାରେ । ସମ୍ଭବତଃ ଏହି କାରଣରୁ ୨୦୧୯ରୁ ସରକାର ୨ ହଜାର ଟଙ୍କା ଛପାକୁ ବନ୍ଦ କରିଦେଇଛନ୍ତି । କିନ୍ତୁ ନୂଆ ୫ଶହ ଟଙ୍କିଆ ନୋଟର ଛପା ୨୦୧୬ ତୁଳନାରେ ୭୬ ପ୍ରତିଶତ ଅଧିକ ବଢିଛି । ବିଶେଷଜ୍ଞଙ୍କ କହିବା ହେଉଛି ଘରେ ଜମା ଥିବା ଏହିଭଳି କ୍ୟାସ୍ କଳାଧନର ମାତ୍ର ୨ରୁ ତିନି ପ୍ରତିଶତ ହୋଇଥାଏ । ଏମିତିରେ ସ୍ୱିସ୍ ବ୍ୟାଙ୍କରେ ଜମା ଭାରତୀୟଙ୍କ କଳା ଧନ ଉପରେ ୨୦୧୮ର ଏକ ରିପୋର୍ଟ ଏହି ଆଶଙ୍କାକୁ ବଢାଇ ଦେଉଛି ଯେ, ସର୍କ୍ୟୁଲେସନରୁ ଗାଏବ ୯ ଲକ୍ଷ ୨୧ ହଜାର କୋଟି ଟଙ୍କାରୁ ଅଧିକାଂଶ ରାଶି କଳାଧନ । ଏହି ରିପୋର୍ଟ ଅନୁସାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ କଳାଧନର ପରିମାଣ ହେଉଛି ୩ ଶହ ଲକ୍ଷ କୋଟି ଟଙ୍କା । ଏହି ରାଶିର ୩ପ୍ରତିଶତ ପ୍ରାୟ ୯ ଲକ୍ଷ କୋଟି ଟଙ୍କା

କେମିତି ଟଙ୍କା ଛପା ଯାଏ ଓ କେମିତି ଟଙ୍କା ସର୍କ୍ୟୁଲେଟ୍ ହୁଏ

ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି କେତେ ଟଙ୍କିଆ ନୋଟ୍ କେତେ ଛପା ହେବ ତାହା ରିଜର୍ଭବ୍ୟାଙ୍କ ନିଷ୍ପତି ନେଇଥାଏ । ଏହାପରେ ରିଜର୍ଭ ବ୍ଯାଙ୍କର ନାସିକ୍,ଦେବାସ,ଶାଲବଣି ଓ ମହୀଶୂର ପ୍ରିଣ୍ଟି ପ୍ଲାଣ୍ଟରେ ନୋଟ୍ ଛପାଯାଏ । ଏହାପରେ ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ନୋଟ୍ ବାଣ୍ଟିଥାଏ । ଏହାପରେ ବ୍ୟାଙ୍କ ନୂଆ ନୋଟ୍ ଲୋକଙ୍କ ପାଖରେ ପହଂଚାଇଥାଏ । ପ୍ରତି ଟଙ୍କା ଉଠାଣ ବେଳେ ବ୍ୟାଙ୍କ ଆବଶ୍ୟକତା ଅନୁସାରେ ନୂଆ ନୋଟ୍ ଦେଇଥାଏ । ଯେଉଁ ନୋଟ୍ ଖରାପ ହୋଇଯାଏ ସେହି ନୋଟକୁ ବ୍ୟାଙ୍କ ରିଜର୍ଭ ବ୍ଯାଙ୍କକୁ ଦିଏ । ନୋଟର ଅବସ୍ଥା ଦେଖି ତାକୁ ନଷ୍ଟ କରିବା କିମ୍ବା ପୁନଃ ବ୍ୟବହାର କରିବା ନିଷ୍ପତି ରିଜର୍ଭ ବ୍ୟାଙ୍କ ନେଇଥାଏ । ସାଧାରଣତଃ ୫ଶହ ଓ ୨ ହଜାର ଟଙ୍କିଆ ନୋଟ୍ ୫ରୁ ୭ ବର୍ଷ ଯାଏ ବଜାରରେ ସର୍କ୍ୟୁଲେଟ୍ ହୋଇଥାଏ ।

ତେବେ ନୋଟ୍ ଗାଏବ ହୁଏ କେମିତି ?

କିଛି ନୋଟକୁ ରିଜର୍ଭ ବ୍ୟାଙ୍କ ନଷ୍ଟ କରିଥାଏ । ଛପା ହୋଇଥିବା ମୋଟ୍ ନୋଟ୍ ସଂଖ୍ୟାରୁ ନଷ୍ଟ ହୋଇଥିବା ନୋଟ୍ ସଂଖ୍ୟାକୁ ଫେଡିଲେ ଯେଉଂ ସଂଖ୍ୟା ବାହାରିବ ସେତିକି ନୋଟ୍ ବଜାରରେ ସର୍କ୍ୟୁଲେଟ୍ ରହିବା କଥା ।କିନ୍ତୁ ଯଦି ବଜାରରେ ସର୍କ୍ୟୁଲେଟ୍ ହେଉଥିବା ନୋଟ୍ ସଂଖ୍ୟା ସେହି ସଂଖ୍ୟାରୁ କମ ରୁହେ ତେବେ ତା’ର ଅର୍ଥ ହେଉଛି ବାକି ଟଙ୍କା ବ୍ୟାକିଂ ସିଷ୍ଟମ ବାହାରେ ଅଛି ଅର୍ଥାତ ଏହା କଳାଧନ

Leave A Reply

Your email address will not be published.

Close Bitnami banner
Bitnami