ମ୍ୟୁଜିୟମରୁ ବହି ଚୋରି କରି କାନ୍ଥରେ ଲୁଚାଇଥିଲେ ପୂର୍ବତନ ମନ୍ତ୍ରୀ !

281

ମନ୍ତ୍ରୀ ଗୋଖାଦ୍ୟ ଖାଇ ଜେଲ ଯାଇଛନ୍ତିମନ୍ତ୍ରୀ ବେଡ୍ ତଳେ ନଗଦ ଲାଂଚ ଟଙ୍କା ଲୁଚାଇ ଧରା ପଡ଼ିଥିବାର ଢେର ନଜିର ରହିଛି । ଏବେ ପଢନ୍ତୁ ବହିଚୋର ମନ୍ତ୍ରୀଙ୍କ କାଣ୍ଡକାରଖାନା । ଦିନେ ମନ୍ତ୍ରୀ ଥିବା ଏହି ପୂର୍ବତନ ଟାଣୁଆ ନେତା ଏବେ ନଗଦାନଗଦି ଜେଲରୁ ବାହାରିଛନ୍ତି । ତେବେ ଜେଲରୁ ବାହାରିବା ପରେ ବି ତାଙ୍କ ଟେନସନ୍ କମ ହେଉନି । ଏବେ ତାଙ୍କ ୟୁନିଭର୍ସିଟି କାନ୍ଥଭିତରୁ ବାହାରିଛି ବହି । ବହି ପୁଣି ଏମିତି ସେମିତି ନୁହେଁ, ୧୭୭୪ ମସିହାରେ ତିଆରି ହୋଇଥିବା ଗୋଟିଏ ଲାଇବ୍ରେରିରୁ ପୂର୍ବତନ ମନ୍ତ୍ରୀ ଜଣକ ୧୦ ହଜାର ବହି ଚୋରାଇଥିଲେ । ଚୋରାଇଥିଲେ ତ ଚୋରାଇଥିଲେ ତାକୁ କାନ୍ଥରେ ସିମେଣ୍ଟ୍ ମାରି ଲୁଚାଇ ଦେଇଥିଲେ

କିଏ ବହିଚୋର ନେତା ?

ବହି ଚୋରି ଘଟଣାରେ ଯେଉଁ ମନ୍ତ୍ରୀଙ୍କ ନାମ ଆସୁଛି ସେ ହେଉଛନ୍ତି ଉତ୍ତର ପ୍ରଦେଶର ଦବଙ୍ଗ ନେତା ଆଜମ ଖାନ୍ଆଜମ ଖାନ ରାମପୁରର ଅଘୋଷିତ ରାଜା ଆଜମଙ୍କର ଦୁଇ ଜଣ ପିଆଦା ଅନବର ଓ ସଲିମ ରାମପୁରର ମଦରାସା ଆଲିଆ ମ୍ୟୁଜିୟମରୁ ବହି ଚୋରି କରିଥିଲେ ଆଜମ ସେହି ବହି ସବୁକୁ ନିଜର ଜୌହର ୟୁନିଭର୍ସିଟିର ଲିଫ୍ଟ କାନ୍ଥ ଭିତରେ ସିମେଣ୍ଟ୍ ମାରି ଲୁଚାଇ ରଖିଥିଲେ ।

କାନ୍ଥ ଭିତରେ ବହି !

କାନ୍ଥ ଭିତରେ ବହି ଲୁଚାଇ ରଖାଯାଇଛି ବୋଲି ପୋଲିସ ୪ ଦିନ ତଳେ ଜାଣିବାକୁ ପାଇଥିଲା ଅନବର ଓ ସଲିମକୁ ୪ ଦିନ ତଳେ ଅଲଗା ମାମଲାରେ ପୋଲିସ ଗିରଫ କରିଥିଲା । ଏହି ସମୟରେ ମଦରସା ଆଲିୟାର ପ୍ରିନସିପାଲ ପୋଲିସକୁ ଅନବର ଓ ସଲିମକୁ ବହି ବାବଦରେ ଜେରା କରିବାକୁ ଅନୁରୋଧ କରିଥିଲେ । ପୋଲିସ ଅନୁରୋଧ ରକ୍ଷାକରି ଜେରା କରିଥିଲା । ଦୁଇ ଅଭିଯୁକ୍ତ ବରି ଜୌହର ବିଶ୍ୱବିଦ୍ୟାଳୟର କାନ୍ଥ ଭିତରେ ଥିବା କହିଥିଲେ. । ପୋଲିସ କାନ୍ଥ ଭାଙ୍ଗିବାକୁ ଲୋକ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ପହଂଚିଥିଲା । ସେଠାରେ କାନ୍ଥ ଭାଙ୍ଗିଥିଲା ଓ ବାହାରିଥିଲା ବହି

ମ୍ୟୁଜିୟମର ଇତିହାସ

୧୭୭୪ ମସିହାରେ ରାମପୁରର ନବାବ ଏହି ମଦରାସାକୁ ସ୍ଥାପନ କରିଥିଲେ ନବାବ ପରିବାରର ବଂଶଧର ବହି ସବୁ ଐତିହାସିକ ବୋଲି ଦାବି କରନ୍ତି । ନବାବ ପରିବାର ସହିତ ଆଜମ ଖାନଙ୍କ ବିବାଦ ମଧ୍ୟ ଐତିହାସିକ । ଦିନେ ଆଜମ ନବାବ ପରିବାର କର୍ମଚାରୀ ଥିଲେ । ପରେ ସେ ରାଜନୈତିକ ପ୍ରତିଦ୍ୱନ୍ଦ୍ବୀ ହୋଇଥିଲେନବାବ ପରିବାର ଅନୁସାରେ ରାମପୁରର ଜାମା ମସଜିଦ ନିର୍ମାଣ କରିଥିବା ନବାବ କଲବେ ଅଲ୍ଲି ଖାନଙ୍କ ‘ଶାୟରୀ କା ଦିବାନ’ ପୁସ୍ତକ ମଧ୍ୟ ଜୋହର ବିଶ୍ୱବିଦ୍ୟାଳୟ କାନ୍ଥ ଭିତରୁ ବାହାରିଛି କଲବେ ମିର୍ଜା ଗାଲିବଙ୍କ ଶିଶ୍ୟ ଥିଲେ୨୦୧୬ ମସିହାରେ ଓରିଏଣ୍ଟାଲ କଲେଜ (ମଦରାସା ଆଲିୟା)ରୁ ୧୦ ହଜାରରୁ ଅଧିକ ବହି ଚୋରି ହୋଇଥିଲା ଆଜମ ଖାନ,ତାଙ୍କ ପତ୍ନୀ ଓ ପୁଅ ବହି ଚୋରି କରିଥିବା କଥା ସେତେବେଳେ ନବାବ ପରିବାର ଅଭିଯୋଗ କରିଥିଲେ

ଖାଲି ବହି ନୁହେଁ ପୋଲିସ ମଧ୍ୟ ବିଶ୍ୱବିଦ୍ୟାଳୟ ପରିସରରୁ ମାଟି ତଳ ପୋତା ହୋଇଥିବା ଗୋଟିଏ ଅଟୋମେଟିକ୍ ସୁଇପିଂ ମେସିନ ମଧ୍ୟ ଉଦ୍ଧାର କରିଛି । ରାମପୁର ମୁନସିପାଲିଟି ଏହି ସୁଇପିଂ ମେସିନକୁ ସହର ଓଳାଇବାକୁ କିଣିଥିଲା । କିନ୍ତୁ ଆଜମ ଖାନ ତାକୁ ଜବରଦସ୍ତ ଆଣି ନିଜ ବିଶ୍ୱବିଦ୍ୟାଳୟ ପରିସର ଓଳାଉଥିଲେସମାଜବାଦୀ ପାର୍ଟି ସରକାର ଗଲା ପରେ ତାକୁ ପୋତି ଦେଇଥିଲେ

Leave A Reply

Your email address will not be published.

Close Bitnami banner
Bitnami