ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା,ଜାଣନ୍ତୁ ଦାଉଦର ୪ ସହଯୋଗୀ କିଏ କିଏ ?

355

ଏନଆଇଏ (NIA) ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ ବିରୋଧରେ ନୂଆକରି ଅଣ୍ଟା ଭିଡିଛି । ଦାଉଦ୍ ପଛରେ ଗତ ୩ ଦଶକ ଧରି ଭାରତର ସୁରକ୍ଷା ଏଜେନ୍ସି ପଡ଼ିଛନ୍ତି କିନ୍ତୁ ମୁମ୍ବାଇକୁ ନିଜ ଇଶାରାରେ ନଚାଉଥିବା ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଏବେ ମଧ୍ୟ ପାକିସ୍ତାନରେ ସୁରକ୍ଷିତ ଅଛି ଦାଉଦ ବାବଦରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିବ । ହଜାର ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ କୁ ଚଲାଉଥିବା ଦାଉଦ ପାଇଁ ଯେଉଁ ଅର୍ଥରାଶୀ ଘୋଷଣା କରାଯାଇଛି ତାହା ଢେର କମଖାଲି ଦାଉଦ୍ ନୁହେଁ ତା’ର ସେନାପତି ଛୋଟା ସକିଲ ବାବଦରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ମିଳିବ ଦାଉଦର ଭାଇ ଅନିସ ଇବ୍ରାହିମ୍,ଅନ୍ୟ ସହଯୋଗୀ ଜାଭେଦ ପଟେଲ ଓରଫ ଜାଭେଦ ଚିକନା ଓ ଟାଇଗର ମେମନ ସମ୍ବନ୍ଧରେ ସୂଚନା ଦେଲେ ବି ୨୦ଲକ୍ଷ ଟଙ୍କା ମିଳିବ । ତେବେ ଆସନ୍ତୁ ଜାଣିବ ଡି-ଗ୍ୟାଙ୍ଗର ସେହି ସେନାପତି ମାନଙ୍କ ବାବଦରେ ଯେଉଁମାନଙ୍କ କାନ୍ଧରେ ତିଷ୍ଟିଛି ଦାଉଦ ସାମ୍ରାଜ୍ୟ

ଟାଇଗର ମେମନ

ୟାକୁବ ଟାଇଗର ମେମନ ୧୯୯୩ ବମ୍ବେବ୍ଲାଷ୍ଟ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟରୁ ଜଣେ ମେମନ ହିଁ ମୁମ୍ବାଇ ବା ସେତେବେଳର ବମ୍ବେର ବିସ୍ଫୋରକ ପହଂଚାଇଥିଲା । ସେ ଆଇଏସଆଇ ଓ ଦାଉଦ୍ ସହିତ ମିଶି ବ୍ଲାଷ୍ଟର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଟାଇଗର ଯେଉଁ ବିଲ୍ଡିଂରେ ରହୁଥିଲେ ସେହିଠାରେ ବିସ୍ଫୋରକ ରଖାଯାଇଥିଲା । ଟାଇଗର ନିଜ ଭାଇ ୟାକୁବ ମେମନର ସାହାଯ୍ୟରେ ସିରିଜ୍ ବ୍ଲାଷ୍ଟ୍ କରାଇଥିଲା । ପରେ ୟାକୁବକୁ ଏଥିପାଇଁ ଫାଶୀ ମିଳିଥିଲା । କିନ୍ତୁ ଟାଇଗର ଏପର୍ଯ୍ୟନ୍ତ ପାକିସ୍ତାନରେ ଲୁଚି ରହିଛି

ଅଣ୍ଡର ୱାର୍ଲଡର ବଡ଼ ନାମ ହେବା ପୂର୍ବରୁ ଟାଇଗର ଗୋଟିଏ ବ୍ୟାଙ୍କରେ ଚପରାସୀ ଭାବେ କାମ କରୁଥିଲା । ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଝଗଡା ପରେ ଟାଇଗର ଚାକିରି ଛାଡ଼ି ଦେଇଥିଲା । ଏହାପରେ ସେ କୁଖ୍ୟାତ ମାଫିଆ ମହମ୍ମଦ ଦୋସାର ଡ୍ରାଇଭର ଭାବେ କାମ କରିଥିଲା ଦୋସା ମାଧ୍ୟମରେ ସେ ଦୁବାଇର ସୁନା ସ୍ମଗ୍ଲର ୟାକୁବ ଭାଟିକୁ ଭେଟିଥିଲା । ପରେ ସେ ପାକିସ୍ତାନୀ ସ୍ମଗ୍ଲର ତୌଫିକ ସହ କାମ କରିଥିଲା ତୌଫିକ ଜରିଆରେ ସେ ଦାଉଦ ସହିତ ମିଶିଥିଲା

ଜାଭେଦ୍ ଚିକନା

ଜାଭେଦ ଚିକନା ଓରଫ ଜାଭେଦ ପଟେଲ ମଧ୍ୟ ୧୯୯୩ ବମ୍ବେ ସିରିଜ୍ ବ୍ଲାଷ୍ଟରେ ସାମିଲ ଥିଲା ଚିକନା ଦାଉଦର ଖାସ ଲୋକଙ୍କ ମଧ୍ୟରୁ ଜଣେ । କିଛି ବର୍ଷ ତଳେ ଗୁଜୁରାଟର ଦୁଇ ଜଣ ବିଜେପି ନେତାଙ୍କ ହତ୍ୟା କରି ସେ ଚର୍ଚ୍ଚାକୁ ଆସିଥିଲା । ଜାଭେଦ୍ ଏବେ ଦାଉଦ୍ ସହିତ ପାକିସ୍ତାନରେ ରହୁଛି । ଜାଭେଦ ୧୯୯୩ ସିରିଜ୍ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ

ଅନିସ ଇବ୍ରାହିମ୍

ଦାଉଦର ସାନଭାଇ ହେଉଛି ଅନିସ । ସେ ମଧ୍ୟ ପାକିସ୍ତାନରେ ରହୁଛି । ଦାଉଦର ସବୁ ଭାଇଙ୍କ ମଧ୍ୟରୁ ଅନିସ ସବୁଠାରୁ କୁଖ୍ୟାତଅନିସର ନାମ ମଧ୍ୟ ୧୯୯୩ ସିରିଜ୍ ବ୍ଲାଷ୍ଟରେ ଆସିଥିଲା । ମୁମ୍ବାଇ ବ୍ଲାଷ୍ଟ ପାଇଁ ଆସିଥିବା ବିସ୍ଫୋରକ ରାୟଗଡ କୂଳରେ ତା’ର ଦେଖାଶୁଣାରେ ପହଂଚିଥିଲା ଦାଉଦର ଏହି ଭାଇ ସଂଜୟ ଦତ୍ତଙ୍କୁ ଏକେ-୪୭ ରାଇଫଲ ଦେଇଥିଲା । ଯେଉଁଥିପାଇଁ ସଂଜୟଙ୍କୁ ଜେଲ ଯିବାକୁ ପଡ଼ିଥିଲାଦିଲ୍ଲୀର ପୂର୍ବତନ ପୋଲିସ କମିଶନର ନିରଜ କୁମାରଙ୍କ ଅନୁସାରେ ଏଥିପାଇଁ ଦାଉଦ୍,ଅନିସକୁ ମାଡ଼ ମଧ୍ୟ ମାରିଥିଲା ସଂଜୟଙ୍କୁ ରାଇଫଲ ଦାଉଦ ଅଜାଣତରେ ଦିଆଯାଇଥିଲା ।ତେଣୁ ସେ ତାକୁ ମାଡ଼ ମାରିଥିଲା ଓ ଏବାବଦରେ ନିରଜଙ୍କୁ ଫୋନରେ ଦାଉଦ୍ କହିଥିଲା ବୋଲି ପୂର୍ବତନ କମିଶନର ନିଜ ପୁସ୍ତକରେ ଲେଖିଛନ୍ତି ।

ଛୋଟା ସକିଲ

ଦାଉଦର ସବୁଠାରୁ ବିଶ୍ୱସ୍ତ ସେନାପତି ଛୋଟା ସକିଲ ମୁମ୍ବାଇର ନାଗପଡ଼ା ଅଂଚଳରେ ରହୁଥିଲା । ତା’ର ଅସଲ ନାମ ହେଉଛି ମହମ୍ମଦ ଶକିଲ ବାବୁ ଶେଖ । ପ୍ରଥମ ଟ୍ରାଭେଲ ଏଜେନ୍ସି ଚଳାଉଥିବା ଛୋଟା ସକିଲ ଡି-କମ୍ପାନୀରେ ଯୋଗ ଦେବା ପରେ ଦାଉଦ ପାଇଁ ଦାଦାବଟି ଆଦାୟ କରୁଥିଲା ଛୋଟା ସକିଲ ପାଇଁ ହିଁ ଛୋଟା ରାଜନ ଡି-କମ୍ପାନୀ ଛାଡ଼ିଥିବା କୁହାଯାଏ । ଛୋଟା ରାଜନକୁ ଦୁର୍ବଳ କରିବାରେ ଛୋଟା ସକିଲର ବଡ଼ ଭୂମିକା ଥିଲା । ୧୯୮୮ରେ ଛୋଟା ସକିଲ ଗିରଫ ହୋଇଥିଲା । କିନ୍ତୁ ୫ ମାସ ଜେଲରେ ରହିବା ପରେ ବେଲରେ ଆସି ସେ ଦୁବାଇ ଫେରାର ହୋଇ ଯାଇଥିଲାଛୋଟା ସକିଲ ଦୁବାଇ ଯିବା ପରେ ପରେ ଦାଉଦ୍ ମଧ୍ୟ ଦୁବାଇ ପଳାୟନ କରିଥିଲା ଛୋଟା ସକିଲର ଛାଇକି ମଧ୍ୟ ସେବେଠାରୁ ଭାରତୀୟ ସୁରକ୍ଷା ଏଜେନ୍ସି ଛୁଇଁ ପାରୁନାହାନ୍ତି ସୁରକ୍ଷା ଏଜେନ୍ସିଙ୍କ ପାଖରେ ୩୫ ବର୍ଷ ତଳର ଗୋଟିଏ ଫଟୋ ରହିଛି

Leave A Reply

Your email address will not be published.

Close Bitnami banner
Bitnami