ITR Refund: ଆୟକର ରିଟର୍ଣ୍ଣ ଯଦି ଭରି ସାରିଛନ୍ତି ତେବେ ଏମିତି ଚେକ୍ କରନ୍ତୁ ରିଫଣ୍ଡ୍ ଷ୍ଚାଟସ..

375

ଆସେସମେଣ୍ଟ୍ ଇୟର ୨୦୨୨-୨୩ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଅନ୍ତିମ ତିଥି ଯାଇ ସାରିଛି । ଏବେ ଆୟକରଦାତ୍ତା ଆଇଟିଆର ରିଫଣ୍ଡକୁ ଅପେକ୍ଷା କରିଛନ୍ତି । ଯଦି ଆପଣଙ୍କର ରିଫଣ୍ଡ ପାଇବାର ଅଛି ତେବେ ଅନଲାଇନରେ ଏହାର ଷ୍ଟାଟସ ଚେକ୍ କରିପାରିବେ ଏନଏସଡିଏଲର ୱେବସାଇଟ୍ କିମ୍ବା ଆୟକର ବିଭାଗକର ଇ-ଫାଇଲିଂ ପୋର୍ଟାଲକୁ ଯାଇ ଆପଣ ନିଜର ରିଫଣ୍ଡ ଷ୍ଟାଟସ ଚେକ୍ କରିପାରିବେ

ଆଇଟିଆର ଦାଖଲର ୧୦ ଦିନ ପରେ ଆଇଟିଆର ରିଫଣ୍ଡ୍ ଷ୍ଟାଟସ ଚେକ୍ କରିବାର ସୁବିଧା ମିଳିଥାଏ । ନିୟମ ଅନୁସାରେ ରିଟର୍ଣ୍ଣ ଫାଇଲର ୨୦ରୁ ୬୦ ଦିନ ମଧ୍ୟରେ ରିଫଣ୍ଡ୍ ଆସିବା ଆରମ୍ଭ ହୁଏ । ଯଦି ଏହି ସମୟ ସୀମା ମଧ୍ୟରେ ରିଫଣ୍ଡ୍ ଆସେ ନାହିଁ ତେବେ ଆଇଟି ବିଭାଗ ପକ୍ଷରୁ ଆସିଥିବା ଇମେଲକୁ ଚେକ୍ କରନ୍ତୁ

ଏମିତି କରିପାରିବେ ଚେକ୍

ଆୟକର ବିଭାଗର ୱେବସାଇଟ୍ କିମ୍ବା ଏନଏସଡିଏଲର ୱେବସାଇଟକୁ ଯାଇ ଆପଣ ନିଜ ରିଫଣ୍ଡ୍ ଷ୍ଟାଟସ ଚେକ୍ କରିପାରିବେ । ଆକନଲେଜମେଣ୍ଟ୍ ନମ୍ବର ଓ ପ୍ୟାନ୍ ନମ୍ବର ସାହାଯ୍ୟରେ ଷ୍ଟାଟସ ଚେକ୍ କରାଯାଇପାରେ ।

ପ୍ୟାନ୍ ନମ୍ବର ଦ୍ୱାରା କରନ୍ତୁ ଚେକ୍

ପ୍ରଥମେ www.incometax.gov.in କୁ ଯାନ୍ତୁ

• ନିଜ ପ୍ୟାନ୍ କାର୍ଡର ଡିଟେଲ ଅପଲୋଡ୍ କରନ୍ତୁ. .

• ଏହାପରେ ଇ-ଫାଇଲିଂ ବିକଳ୍ପ ଉପକେ କ୍ଲିକ୍ କରନ୍ତୁ .

• ଇନକମ୍ ଟ୍ୟାକ୍ସକୁ ସିଲେକ୍ଟ କରି ଭିୟୁ ଫାଇଲ୍ଡ ରିଟର୍ଣ୍ଣ ଉପରେ କ୍ଲିକ୍ କରନ୍ତୁ

• ସେଠାରେ ଆପଣ ନିଜ ଆଇଟିଆରର ଷ୍ଟାଟସ ଦେଖି ପାରିବେ

• ଏବେ ଭିୟୁ ଡିଟେଲସ ଉପରେ କ୍ଲିକ୍ କରି ନିଜ ରିଫଣ୍ଡ୍ ଷ୍ଟାଟସ ଦେଖି ପାରିବେ ।

ଏକନଲେଜମେଣ୍ଟ୍ ନମ୍ବର ଦ୍ୱାରା କେମିତି କରିବେ ଷ୍ଟାଟସ ଚେକ୍ ?

• ଇନକମ୍ ଟ୍ୟାକ୍ସ ଇ-ଫାଇଲିଂ ପୋର୍ଟାଲର https://eportal.incometax.gov.in/iec/foservices/#/login ଲିଙ୍କକୁ ଯାଆନ୍ତୁ

• ୟୁଜର ଆଇଡି ଓ ପାସୱାର୍ଡ୍ ସାହାଯ୍ୟରେ ଲଗ୍ ଇନ୍ କରନ୍ତୁ

ତା’ପରେ ମାଇ ଆକାଉଣ୍ଟକୁ ଯାଆନ୍ତୁସେଠାରେ ରିଫଣ୍ଡ୍ ଷ୍ଟାଟସ ଉପରେ କ୍ଲିକ୍ କରନ୍ତୁ

ଏହାପରେ ଡ୍ରପ୍ ଡାଉନ୍ ମେନୁକୁ ଯାଆନ୍ତୁ ଓ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣକୁ ବାଛି ସବମିଟ୍ ଉପରେ କ୍ଲିକ୍ କରନ୍ତୁ.

ଏହାପରେ ନିଜ ଏକନଲେଜମେଣ୍ଟ୍ ନମ୍ବର ଉପରେ କ୍ଲିକ୍ କରନ୍ତୁ

ଏଥର ଆପଣଙ୍କ ରିଫଣ୍ଡ୍ ଷ୍ଟାଟସ ଦୃଷ୍ୟମାନ ହେବ

NSDL ୱେବସାଇଟରେ କେମିଚି ରିଫଣ୍ଡ୍ ଷ୍ଟାଟସ ଚେକ୍ କରିବେ ?

https://tin.tin.nsdl.com/oltas/refundstatuslogin.html କୁ ଯାଆନ୍ତୁ

ସେଠାରେ PAN ନମ୍ବର, ଆସେସେମେଣ୍ଟ୍ ଇୟର ଓ କାପଚା ପୁରଣ କରି ‘ପ୍ରୋସିଡ୍’ ଉପରେ କ୍ଲିକ୍ କରନ୍ତୁ

ଯେଉଁ ଆସେସମେଣ୍ଟ୍ ଇୟରର ରିଫଣ୍ଡ୍ ଷ୍ଟାଟସ ଚେକ୍ କରିବାକୁ ଚାହାନ୍ତି ତାକୁ ସିଲେକ୍ଟ କରନ୍ତୁ

• କାପଚା କୋଡ୍ ଏଣ୍ଟ୍ରି କରିବା ପରେ ସବମିଟ୍ ବଟନ୍ କ୍ଲିକ୍ କରନ୍ତୁ .

ସ୍କ୍ରିନ୍ ଉପରକୁ ଆଇଟିଆର ରିଫଣ୍ଡ୍ ଷ୍ଟାଟସ ଆସିଯିବ

Leave A Reply

Your email address will not be published.

Close Bitnami banner
Bitnami