ପୃଥିବୀରେ ଅଛନ୍ତି ପରଗ୍ରହୀ, ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ

1,167

ଆମରି ଗହଣରେ ଲୁଚି ରହିଛନ୍ତି ପରଗ୍ରହୀ । ପୃଥିବୀରେ ନିଜକୁ କରୁଛନ୍ତି ସଂଗଠିତ । ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି ଆକ୍ରମଣ । ଏଭଳି କଥା କହି ବିଶ୍ୱକୁ ଚମକାଇ ଦେଇଚନ୍ତି ଆମେରିକାର ପ୍ରଫେସର ଡକ୍ଟର ଡେଭିଡ୍ ଜ୍ୟାକବସ୍ । ଜ୍ୟାକବସଙ୍କ ଦାବି ଯେ, ପୃଥିବୀର ଲୁକ୍କାୟିତ ଭାବେ ପରଗ୍ରହୀ ରହିଛନ୍ତି ଓ ସେମାନେ ଲୋକଙ୍କ ଅପହରଣ କରୁଛନ୍ତି ପ୍ରଫେସରଙ୍କ ଅନୁସାରେ ସେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ପରଗ୍ରହୀଙ୍କ ଦ୍ୱାରା ଅପହୃତ ହେଉ ହେଉ ବଂଚିଛନ୍ତି । ସୂଚନାଯୋଗ୍ୟ ଯେ, ଡେଭିଡ୍ ପରଗ୍ରହୀଙ୍କ ଦ୍ୱାରା ଅପହରଣ ଉପରେ ଅନେକ ପୁସ୍ତକ ଲେଖିସାରିଛନ୍ତି ।

ଏଭଳି ଦାବି କରିଥିବା ପ୍ରଫେସର କିଏ ?

ପ୍ରଫେସର ଜ୍ୟାକବ ଆମେରିକାର ଟେମ୍ପଲ ବିଶ୍ୱବିଦ୍ୟାଳରେ କାର୍ଯ୍ୟକରନ୍ତିୟୁଏଫଓ ବା ଅନଆଇଡେଣ୍ଟିଫାଇଡ୍ ଫ୍ଲାଇଂ ଅବଜେକ୍ଟ-ଉଡନ୍ତା ଥଳିଆର ବିଶେଷଜ୍ଞ ଭାବେ ସେ ପରିଚିତ । ସେ ନିଜ ଗବେଷଣାକୁ ଏକ ଡକ୍ୟମେଣ୍ଟାରି ଭାବେ ପ୍ରସ୍ତୁତ କରିଛନ୍ତି ଓ ତାଙ୍କ ଉପସଂହାର ଡରାଇବା ଭଳି । ସେ ଦାବି କରିଛନ୍ତି ଯେ, ପରଗ୍ରହୀ ପୃଥିବୀ ଉପରେ କବଜା କରିବାକୁ ପ୍ରସ୍ତୁତ ହେଉଛନ୍ତି ପୃଥିବୀରେ ମଣିଷଙ୍କ ଅପହରଣକୁ ନେଇ ସେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କୁହନ୍ତି ଯେ, ପରଗ୍ରହୀ ମାନବୀୟ ମସ୍ତିଷ୍କ ଉପରେ ନିୟନ୍ତ୍ରଣ ଚାହାନ୍ତି ।

ମଣିଷ ଭଳି ପରଗ୍ରହୀଙ୍କୁ UFO ମଧ୍ୟରେ ଦେଖାଯାଇଛି

ଆମେରିକୀୟ ପ୍ରଫେସର କହିଛନ୍ତି ଯେ, ଆମେ ପୁରା ଦୁନିଆରେ ଖେଳାଇ ହୋଇ ରହିଛେ ଓ ଯେତିକି ଜିତିବା କଥା ସେତିକି ହାସଲ କରିଛ । ଆମେ ଜାଣିନେ କ’ଣ ଠିକ କ’ଣ ଭୂଲ । ମୋର ସର୍ବଶ୍ରେଷ୍ଠ ଅନୁମାନ ହେଉଛି ସେମାନେ ସେହି କଥା କରୁଛନ୍ତି । ମୋର ଅନୁମାନ ଯେ, ସେମାନେ ଆମ ଭଳି କାମ କରୁଛନ୍ତି । ପ୍ରଫେସର ଏଭଳି ଅନେକ ବ୍ୟକ୍ତିଙ୍କ ବୟାନର ଉଦାହଣ ଦେଇଛନ୍ତି ଯେଉଁମାନଙ୍କୁ ତଥାକଥିତ ଭାବେ ପରଗ୍ରହୀ ଅପହରଣ କରିଥିଲେ । ଅପହୃତଙ୍କୁ ପରଗ୍ରହୀ କହିଥିଲେ ଯେ, ଭବିଷ୍ୟତରେ ସେମାନଙ୍କୁ ଗୋଟିଏ କାମ କରିବାକୁ ପଡିବ ।

ଡକ୍ଟର ଜ୍ୟାକବସଙ୍କ ଅନୁସାରେ ଅପହୃତଙ୍କ ମଧ୍ୟରୁ ଅନେକ ସେମାନଙ୍କୁ ଏକାଭଳି ସନ୍ଦେଶ ମିଳିଥିବା କଥା କହିଛନ୍ତି । ପରଗ୍ରହୀ ସେମାନଙ୍କୁ ଭିଡ ଏକାଠି କରିବାକୁ କହିଥିବା ପ୍ରଫେସର କହିଛନ୍ତି । ପ୍ରଫେସରଙ୍କ ଅନୁସାରେ ଯେତେବେଳେ ସେମାନେ ବୁଢା ହୋଇଯିବେ ସେତେବେଳେ ସେମାନଙ୍କୁ ସଡ଼କ କରରେ ଛିଡା ହେବାକୁ ପଡିବ । ସେଠାରେ ଅଧିକ ସଂଖ୍ୟାରେ ଏଭଳି ବ୍ୟକ୍ତି ଥିବେ ଯେଉଁମାନେ ଛିଡା ହୋଇ ପାରୁନଥିବେ, ସେତେବେଳେ ତାଙ୍କୁ କେବଳ ଏତିକି କହିବାକୁ ହେବ ଯେ, ଆଗକୁ ବଢ଼, ସବୁକିଛି ବଢ଼ିଆ ହେବ କିଛି ଅପହୃତ ମଧ୍ୟ ଉଡ଼ନ୍ତା ଥଳିଆ ଭିତରେ ମାନବୀୟ ଆକୃତିର ପରଗ୍ରହୀଙ୍କୁ ଦେଖିଥିବା ଦାବି କରିଛନ୍ତି

Leave A Reply

Your email address will not be published.

Close Bitnami banner
Bitnami