ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ?

588

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ବ୍ରିଟେନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି । ୟୁକ୍ରେନ୍ ମଧ୍ୟ ଏନେଇ ଋଷକୁ ଚେତାବନୀ ଦେଇ ସାରିଛି । ରାସାୟନିକ ଅସ୍ତ୍ର ବ୍ୟବହାର କରିଲେ ଋଷକୁ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ୟୁକ୍ରେନ୍ କହିଛି । ଋଷ ଏହା ପୂର୍ବରୁ ଆମେରିକା ବିରୋଧରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଥିଲା । ଋଷର ଅଭିଯୋଗ ଥିଲା ଯେ, ଆମେରିକା ୟୁକ୍ରେନରେ ଜୈବିକ ଅସ୍ତ୍ର ଉପରେ ପରିକ୍ଷା କରୁଥିଲା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ, ଏହି କେମିକାଲ ୱିପନ ବା ରାସାୟନିକ ଅସ୍ତ୍ର କ’ଣ ? ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଏହାର ବହୁଳ ବ୍ୟବହାର ହୋଇଥିଲା । ତେବେ ପରେ ଏହାକୁ ପ୍ରତିବନ୍ଧିତ କରାଯାଇଥିଲାକିନ୍ତୁ ପ୍ରତିବନ୍ଧକ ପରେ ମଧ୍ୟ ଏହାକୁ ଅନେକ ଯୁଦ୍ଧରେ ବ୍ୟବହାର କରାଯାଇଛି । ଆସନ୍ତୁ ଜାଣିବା ଲକ୍ଷାଧିକ ଲୋକଙ୍କ ଜୀବ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ?

ରାସାୟନିକ ଅସ୍ତ୍ର କ’ଣ ?

ଅର୍ଗାନାଇଜେନ୍ ଫର ଦ ପ୍ରୋହିବିଶନ ଅଫ୍ କେମିକାଲ ୱିପନ୍ ବା OPCW ଅନୁସାରେ ରାସାୟନିକ ଅସ୍ତ୍ର ସେହି ଅସ୍ତ୍ର ହୋଇଥାଏ ଯେଉଁଥିରେ ଭୟଙ୍କର ଓ ବିଶାକ୍ତ ରସାୟନ ବ୍ୟବହୃତ ହୋଇଥାଏ । ରାସାୟନିକ ଅସ୍ତ୍ର ଏତେ ଘାତକ ହୋଇଥାନ୍ତି ୟେ, ଏହା ମାତ୍ର କେଇ କ୍ଷଣରେ ହଜାର ହଜାର ଲୋକଙ୍କ ଜୀବନ ନେଇଥାନ୍ତି । ରାସାୟନିକ ଅସ୍ତ୍ର ଜୈବିକ ବା ବାୟୋଲଜିକାଲ ଅସ୍ତ୍ରଠାରୁ ଅଲଗା ହୋଇଥାନ୍ତିଜୈବିକ ଅସ୍ତ୍ରରେ ବ୍ୟାକ୍ଟେରିଆ ଓ ଭାଇରସକୁ ବ୍ୟବହାର କରି ଲୋକଙ୍କୁ ମରାଯାଇଥାଏ । ରାସାୟନିକ ଅସ୍ତ୍ର ଗଣବିଧ୍ୱଂସୀ ଅସ୍ତ୍ର ଶ୍ରେଣୀରେ ଆସିଥାନ୍ତି । ଏଥିରେ ବିଶାକ୍ତ ରସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ । ଯେମିତି ମଷ୍ଟାର୍ଡ୍ ଗ୍ୟାସ ସଦ୍ଦାମ ହୁସେନ୍ ଇରାକରେ ନିଜ ବିରୋଧୀଙ୍କୁ ଦମନ କରିବା ପାଇଁ ଏହି ଗ୍ୟାସ ବ୍ୟବହାର କରିଥିଲେକୁର୍ଦ୍ଦ ବିଦ୍ରୋହୀଙ୍କ ଗାଁ ଉପରେ ଏହି ଗ୍ୟାସ ପ୍ରୟୋଗ କରି ସେ ହଜାର ହଜାର ଲୋକଙ୍କ ହତ୍ୟା କରିଥିଲେ

କେମିକାଲ ୱିପନଙ୍କ ଏଜେଣ୍ଟଙ୍କୁ ଜାଣନ୍ତୁ

କେମିକାଲ ୱିପନର ଏଜେଣ୍ଟ୍ସ ଅର୍ଥାତ CWA ଏଭଳି ଭୟଙ୍କର ପଦାର୍ଥ, ଯାହାକୁ ବ୍ୟବହାର କରି ରାସାୟନିକ ଅସ୍ତ୍ର ପ୍ରସ୍ତୁତ ହୋଇଥାଏ । ସବୁଠାରୁ ଘାତକ କେମିକାଲ ବା ଗ୍ୟାସକୁ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି

ନର୍ଭ୍ ଏଜେଣ୍ଟ୍ : ନର୍ଭ ଏଜେଣ୍ଟକୁ ନର୍ଭ ଗ୍ୟାସ୍ ବୋଲି ମଧ୍ୟ କୁହାଯାଇଥାଏଏଥିରୁ ସବୁଠାରୁ ଘାତକ କେମିକାଲ ଅସ୍ତ୍ର ପ୍ରସ୍ତୁତ ହୋଇଥାଏଚମ କିମ୍ବା ଫୁସଫୁସ ଜରିଆରେ ଏହା ଶରିର ମଧ୍ୟକୁ ପ୍ରବେଶ କରିଥାଏ । ଏହା ଅତିସ୍ୱଳ୍ପ ଡୋଜ୍ ଜଣେ ବ୍ୟକ୍ତିକୁ ମାରିପାରେ । ଏଥିରେ ସରିନ୍, ସୋମନ, ତାବୁନା ଓ ସାଇକ୍ଲୋସରିନ୍ ଓ ଭିଏକ୍ସ ସାମିଲ ରହିଛି ।

ଚୋକିଂ ଏଜେଣ୍ଟ୍ : ନିଶ୍ୱାସ ପ୍ରଶ୍ୱାସ ଦେଇ ଏହା ଶରିର ମଧ୍ୟକୁ ଯାଇଥାଏ । ଏହା ଫୁସଫୁସ ଜରିଆରେ ଶରିରେ ପ୍ରବେଶ କରେ । ଫଳରେ ଫୁସଫୁସରେ ପାଣି ଜମିଥାଏ । ଯେଉଁଥିପାଇଁ ପିଡୀତ ନିଶ୍ୱାସ ନେଇ ପାରନ୍ତି ନାହିଁ । ଏହି ଶ୍ରେଣୀର ଅସ୍ତ୍ର ହେଉଛନ୍ତି କ୍ଲୋରିନ୍, କ୍ଲୋରୋଫିକିନ୍, ଡିଫସଜିନ୍, ଫସଜିନ୍ ଆଦି ଗ୍ୟାସ ।

ବ୍ଲଡ୍ ଏଜେଣ୍ଟ୍ :

ଏହି ଅସ୍ତ୍ର ରକ୍ତ କଣିକା ଉପରେ ପ୍ରଭାବ ପକାଇଥାନ୍ତି । ଶରିରେ ଅମ୍ଲଜାନ ପ୍ରବାହକୁ ଏହା ରୋକିଥାଏ । ଫଳରେ ବ୍ୟକ୍ତି ନିଶ୍ୱାସ ନେଇ ପାରେନା । ଏହା ନିଶ୍ୱାସ ଜରିଆରେ ଶରିରକୁ ପ୍ରବେଶ କରିଥାଏ । ହ୍ରାଇଡ୍ରୋଜନ ସାଇନାଇଡ୍, ସାୟନୋଜେନ୍ କ୍ଲୋରାଇଡ୍ ଓ ଅର୍ସିନ୍ ଗ୍ୟାସ ଏହି ଶ୍ରେଣୀର ଅସ୍ତ୍ର ।

ବ୍ଲିଷ୍ଚରିଂ ଏଜେଣ୍ଟ୍ :

ରାସାୟନିକ ଅସ୍ତ୍ର ଶ୍ରେଣୀରେ ଏହାର ବ୍ୟବହାର ସର୍ବାଧିକ ସଲଫର ମଷ୍ଟର୍ଡ୍, ନାଇଟ୍ରୋଜନ୍ ମଷ୍ଟର୍ଡ୍, ଲେଭିସାଇଟ୍ ଓ ଫାସଜିନ୍ ଅକ୍ସିମ୍ ଏହି ଶ୍ରେଣୀର ଘାତକ ଅସ୍ତ୍ର । ଏହା ଚମ ଓ ଫୁସଫୁସ ଦେଇ ଶରିରକୁ ପ୍ରବେଶ କରିଥାଏ । ଏହା ତୈଳାକ୍ତ ପଦାର୍ଥ ହୋଇଥାଏ ।

ରୟାଟ୍ କଣ୍ଟ୍ରୋଲ ଏଜେଣ୍ଟ୍ : ଏହା ସବୁଠାରୁ କମ ଘାତକ କେମିକାଲ ଅସ୍ତ୍ରଆଖି, ମୁହଁ, ଗଳା, ଫୁସଫୁସ କିମ୍ବା ଚର୍ମରେ ଅସ୍ଥାୟୀ ଜଳନ ଉତ୍ପନ କରିଥାଏ । ଲୁହବୁହା ଗ୍ୟାସ ଓ ପିପର ସ୍ପ୍ରେ’ ଏହାର ଉଦାହରଣ ।

ହଜାର ହଜାର ବର୍ଷ ହେଲା ହେଉଛି ବ୍ୟବହାର

କେମିକାଲ ଅସ୍ତ୍ରର ଇତିହାସ ଢେର ପ୍ରାଚୀନସର୍ବପ୍ରଥମେ ଖ୍ରୀଷ୍ଟପୂର୍ବ ୪୨୯ରେ ଏହାର ବ୍ୟବହାର ହୋଇଥିଲାପ୍ଲାଟିଆକୁ ଘେରାବନ୍ଦୀ କାଳରେ ସ୍ପାର୍ଟାନ ସୈନିକ ସହରର କାନ୍ଥ ପାଖରେ ନିଆଁ ଲଗାଇଥିଲେ । ଏହି ନିଆଁରେ ସେମାନେ ପିଚୁ ଓ ସଲଫର ପକାଇଥିଲେ । ଏଥିରୁ ନିଳ ରଙ୍ଗର ନିଆଁ ଉଠିଥିଲା ଓ ତୀବ୍ର ଗନ୍ଧ ଉତ୍ପନ୍ନ ହୋଇଥିଲା । ଗନ୍ଧକୁ ସହ୍ୟ କରିନପାରି ପ୍ଲାଟିଆ ସୈନିକ ଦୁର୍ଗ ଛାଡିଦେଇଥିଲେ । ଆଧୁନିକ ଯୁଗରେ ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଏହାର ବହୁଳ ବ୍ୟବହାର ହୋଇଥିଲା୧୯୧୫ରେ ଜର୍ମାନୀ ବେଲଜିୟମ ବିରୋଧରେ ୧୬୮ ଟନ୍ କ୍ଲୋରିନ୍ ଗ୍ୟାସ ବ୍ୟବହାର କରିଥିଲା । ଯେଉଁଥିରେ ଅତିକମରେ ୫ ହଜାର ସୈନିକ ପ୍ରାଣ ହରାଇଥିଲେ । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏହି ଗ୍ୟାସ ପାଖାପାଖି ୧ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା୧୯୮୦ ମସିହାରେ ଇରାକ ଇରାନ ବିରୋଧରେ କେମିକାଲ ଅସ୍ତ୍ର ବ୍ୟବହାର କରିଥିଲାଯେଉଁଥିରେ ୫୦ ହଜାର ଇରାନୀ ସୈନିକ ପ୍ରାଣ ହରାଇଥିଲେପରେ ଇରାକ ନିଜ ନାଗରିକଙ୍କ ବିରୋଧରେ ମଧ୍ୟ ମଷ୍ଟର୍ଡ୍ ଗ୍ୟାସ୍ ପ୍ରୟୋଗ କରିଥିଲା

Leave A Reply

Your email address will not be published.

Close Bitnami banner
Bitnami