RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

573

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ ରାହୁଲଙ୍କ କୋର୍ ଟିମ୍ ସଦସ୍ୟଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଆରପିଏନ୍ ସିଂ ହାତ ଛାଡି ପଦ୍ମ ଧରିଛନ୍ତି । ଆରପିଏନ୍ ଏକଦା ରାହୁଲଙ୍କ ଖାସ୍ ଟିମର ସଦସ୍ୟ ଥିଲେ । ଆରପିଏନଙ୍କ ଭଳି ନେତା କଂଗ୍ରେସ ଛାଡିବା କେବଳ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ନୁହେଁ ଏହା ମଧ୍ୟ ରାହୁଲଙ୍କ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଉଛି । ରାହୁଲଙ୍କୁ କଂଗ୍ରେସ ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ପେସ୍ କରୁଥିବା ବେଳେ ଖୋଦ ତାଙ୍କରି କୋର୍ ଟିମ୍ ସଦସ୍ୟ ଯେମିତି ଦଳ ଛାଡୁଛନ୍ତି ସେଥିରୁ ଲାଗୁଛି କୋର୍ ଟିମ୍ ମଧ୍ୟ ରାହୁଲଙ୍କ ଭିତରେ ପିଏମ୍ ମେଟେରିଆଲ ଦେଖୁନାହିଁ

ତେବେ ଏହା ଦିନକର କଥା ନୁହେଁ । ୨୦୧୪ ପରଠାରୁ ରାହୁଲଙ୍କ କୋର୍ ଟିମ୍ ଧିରେ ଧିରେ ଖଣ୍ଡିତ ହେବାରେ ଲାଗିଛି । ଆସନ୍ତୁ ନଜର ପକାଇବା କେମିତି ରାହୁଲଙ୍କ କୋର୍ ଟିମ୍ ଧିରେ ଧିରେ ଭାଙ୍ଗିବାରେ ଲାଗିଛି ।

ଏବଂ ଏମିତି ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

ରାହୁଲ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଯୁବ ନେତାଙ୍କୁ ନେଇ ସେ ଗୋଟିଏ କୋର ଟିମ୍ ଗଠନ କରିଥିଲେ । ଆରପିଏନ୍ ରାହୁଲଙ୍କ ନିକଟତରଙ୍କ ମଧ୍ୟରେ ଅନ୍ୟତମ ଥିଲେ । ସେ ଟିମ୍ ରାହୁଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚେହେରା ଥିଲେ । ଟିମ୍ ରାହୁଲର ସଦସ୍ୟ ଥିଲାଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜିତିନ୍ ପ୍ରସାଦ ଆଗରୁ ବିଜେପି ହାତ ଧରି ସାରିଛନ୍ତି । କୁହାଯାଉଛି ଯେ, ଆରପିଏନଙ୍କୁ ବିଜେପିକୁ ଟାଣିବାରେ ସିନ୍ଧିଆଙ୍କ ଭୂମିକା ମହତ୍ୱପୂର୍ଣ୍ଣ ଥିଲା । ଟିମ୍ ରାହୁଲର ୫ ମହତ୍ୱପୂର୍ଣ୍ଣ ସଦସ୍ୟଙ୍କ ମଧ୍ୟରୁ ତିନି ଜଣ ଏବେ ବିଜେପିରେ । ଯେଉଁ ଗତିରେ କଂଗ୍ରେସ ନେତା ବିଶେଷକରି ରାହୁଲଙ୍କ ଖାସ୍ ବିଜେପି ଯାଉଛନ୍ତି ଲାଗୁଛି ଖୁବ କମ ଦିନ ଭିତରେ ରାହୁଲଙ୍କୁ ନୂଆ କୋର ଟିମ୍ ଖୋଜିବାକୁ ପଡିବ । ଏହା ସହିତ ଏହାର ମଧ୍ୟ ଗ୍ୟାରେଣ୍ଟି ନାହିଁ ଯେ, ନୂଆ କୋର୍ ଟିମ୍ ମେମ୍ବର ପୁରୁଣାଙ୍କ ଭଳି ଦଳ ଛାଡି ବିଜେପିକୁ ପଳାୟନ କରିବେ ନାହିଁ ।

୭ ବର୍ଷ ଭିତରେ ଏମିତି ଫମ୍ପା ହେଲାଣି କଂଗ୍ରେସ

ଜିତିନ୍ ପ୍ରସାଦ, ଜ୍ୟୋତିରାଦିତ୍ୟ, କ୍ୟାପ୍ଟେନ୍ ଅମରିନ୍ଦର ସିଂହ, ହିମନ୍ତ ବିଶ୍ୱଶର୍ମା । ଏହା କିଛି ବଡ଼ ନାଁ ଭିତରୁ ଗୋଟିଏ ଗୋଟିଏ । ଏହି ସବୁ ନେତା କଂଗ୍ରେସ ଗଲା ୭ ବର୍ଷ ମଧ୍ୟରେ କଂଗ୍ରେସ ଛାଡିଛନ୍ତି । ଆଉ ପ୍ରାୟ ସମସ୍ତେ ଏଥିପାଇଁ କଂଗ୍ରେସର ଫାଷ୍ଟ୍ ଫ୍ୟାମିଲିକୁ ଦାୟି କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିଅନ୍ତୁ । ହିମନ୍ତ କଂଗ୍ରେସ ଛାଡିବା ପରେ ବିଜେପିର ଉତ୍ତର ପୂର୍ବ ଭାରତ ଅପରେସନ୍ ବୁଝିଥିଲେ । ପରେ ଆସାମ ମୁଖ୍ୟମନ୍ତ୍ରୀ ହେଲେ । ହିମନ୍ତ ସମ୍ଭବତଃ ଏଭଳି ପ୍ରଥମ ନେତା ଯିଏ ସଂଘ ସହିତ କୌଣସି ସମ୍ପର୍କ ନଥାଇ ବି କେବଳ ନିଜ ରାଜନୈତିକ ଦମରେ ବିଜେପିରେ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି । କିନ୍ତୁ ସେହି ହିମନ୍ତ କଂଗ୍ରେସ ଛାଡିବା ବେଳେ ରାହୁଲଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ରାହୁଲଙ୍କ ପାଇଁ ଦଳର ନେତାଙ୍କ ଅପେକ୍ଷ ତାଙ୍କ ପୋଷା କୁକୁର ଅଧିକ ଗୁରୁତ୍ୱ ରଖନ୍ତି । ଏବେ ଆସାମରେ କଂଗ୍ରେସ ରାସ୍ତା ଖୋଜୁଛି ।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ-ଏଡିଆର ରିପୋର୍ଟ ଅନୁସାରେ ୨୦୧୪ ପରଠାରୁ କଂଗ୍ରେସ ହିଁ ଅଧିକ ନେତା ହରାଇଛି । ଲାଭରେ ଅଛି ବିଜେପି । ୨୦୧୪ରୁ ୨୧ ଭିତରେ କଂଗ୍ରେସର ୨୨୪ ନିର୍ବାଚନୀ ପ୍ରାର୍ଥୀ ଦଳ ବଦଳାଇଛନ୍ତି । ଏହି ସମୟରେ ୧୭୭ ଜଣ ସାଂସଦ ଓ ବିଧାୟକ ଦଳ ଛାଡିଛନ୍ତି । ଅର୍ଥାତ ଗତ ୭ ବର୍ଷ ଭିତରେ କଂଗ୍ରେସ ୩୯୯ ନେତାଙ୍କୁ ହରାଇଛି । ଅନ୍ୟପକ୍ଷରେ ୨୦୧୪-୨୧ ମଧ୍ୟରେ ୧୭୩ ସାଂସଦ ଓ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ମୋଟ ୨୫୩ ଜଣ ପ୍ରାର୍ଥୀ ବିଜେପିକୁ ଆସିଛନ୍ତି

Leave A Reply

Your email address will not be published.

Close Bitnami banner
Bitnami