ଫ୍ରି-wifi କେତେ ବିପଜ୍ଜନକ ?

591

ସାଇବର ସିକ୍ୟୁରିଟି ଫାର୍ମ କେସପରସ୍କାଇ ଅନୁସାରେ ଫ୍ରି ପବ୍ଲିକ୍ ୱାଇଫାଇ ଅସୁରକ୍ଷିତ ହୋଇଥାଏ । ଜଣେ ସାଧାରଣ ବ୍ୟବହାରକାରୀ ଏହା ଜାଣି ପାରେନାହିଁ ଓ ଅନେକ ସମୟରେ ଏହାର ବ୍ୟବହାର ପାଇଁ ଅଥେନଟିକେସନ୍ ମଧ୍ୟ ଆବଶ୍ୟକ ହୋଇ ନଥାଏ । ଏହାହିଁ ହ୍ୟାକର୍ସଙ୍କୁ ସୂଚନା ଚୋରି କରିବା ପାଇଁ ସୁଯୋଗ ଦେଇଥାଏ । ଅଥେନଟିକେସନ୍ ଆବଶ୍ୟକ ନହେଉଥିବାରୁ ହ୍ୟାକର୍ସ ସହଜରେ ଲୋକଙ୍କ ସୂଚନା ଚୋରି କରିଥାନ୍ତି

ୱାଇଫାଇ ସୁରକ୍ଷିତ ନହୋଇଥିବାରୁ ହ୍ୟାକର ଲୋକଙ୍କ ଫୋନକୁ ଏଭଳି ମାଲୱାର ପଠାଇଥାନ୍ତି ଯାହା ପରେ ଫୋନରେ ହେଉଥିବା ଗତିବିଧିର ସୂଚନା ହ୍ୟାକର୍ସଙ୍କ ନିକଟକୁ ପଠାଇଥାଏ । ତେଣୁ ଫ୍ରି ୱାଇଫାଇ ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ ସୁରକ୍ଷା ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି

ଫ୍ରି-ୱାଇଫାଇ ବ୍ୟବହାର ବେଳେ ଏହାକୁ ଧ୍ୟାନରେ ରଖନ୍ତୁ

୧. କିଛି ମଧ୍ୟ ସେୟାର କରନ୍ତୁ ନାହିଁ

ଏକ୍ସପର୍ଟଙ୍କ ଅନୁସାରେ ଫ୍ରି ୱାଇଫାଇ ବ୍ୟବହାର କରିବା ବେଳେ କୌଣସି ପ୍ରକାରର ଫଟୋ, ଫୋଲ୍ଡର କିମ୍ବା ଅନ୍ୟକିଛି ସେୟାର କରନ୍ତୁ ନାହିଁ । ଏଭଳି କଲେ ହ୍ୟାକର୍ସଙ୍କ ପାଖରେ ଏହି ତଥ୍ୟ ପହଂଚିଯିବାର ଆଶଙ୍କା ରହିଛି । ସବୁଠାରୁ ବଡ଼ କଥା ହେଉଛି ଫ୍ରି ୱାଇଫାଇ ବ୍ୟବହାର କରୁଥିବା ବେଳେ କୌଣସି ପ୍ରକାରର ବ୍ୟାଙ୍କ୍ ଟ୍ରଞ୍ଜାକ୍ସନ କରନ୍ତୁ ନାହିଁ ।

୨. VPN କନେକ୍ସନ୍ ବ୍ୟବହାର କରନ୍ତୁ

ଯଦି ମୋବାଇଲ କିମ୍ବା ଲାପଟପରେ ଫ୍ରି ୱାଇଫାଇ ବ୍ୟବହାର କରି କୌଣସି ଜରୁରୀ କାର୍ଯ୍ୟ କରୁଛନ୍ତି ତେବେ ଭିପିଏନ କନେକ୍ସନ୍ ନିଶ୍ଚିନ୍ତ ଭାବେ ବ୍ୟବହାର କରନ୍ତୁ । ଏଥିପାଇଁ ଗୁଗଲ ପ୍ଲେ ଷ୍ଟୋରରେ ଅନେକ ଭିପିଏନ୍ ଆପ୍ ରହିଛି । ୱାଇଫାଇ କନେକ୍ସନ ବ୍ୟବହାର କରିବା ପୂର୍ବରୁ ଭିପିଏନ୍ ଆପ୍ ଡାଉନ୍ ଲୋଡ୍ କରନ୍ତୁ ଓ ତାକୁ ଅନ୍ କରନ୍ତୁ । ଏହି ଆପ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତଥ୍ୟ ଚୋରାଇବା ହ୍ୟାକର୍ସଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ

୩. ଫ୍ରି କନେକ୍ସନକୁ ସବୁବେଳେ ଅନ୍ ରହିବାକୁ ଦିଅନ୍ତୁ ନାହିଁ

ଧ୍ୟାନ ରଖନ୍ତୁ ଯେମିତି ଫ୍ରି ୱାଇଫାଇ ଆପଣଙ୍କ ଫୋନରେ ସବୁବେଳେ ଅନ୍ ହୋଇ ନରହେ । ଯେତେବେଳେ ଆପଣଙ୍କ କାମ ସରିବ ସେତେବେଳେ ତୁରନ୍ତ ଫ୍ରି ୱାଇଫାଇକୁ ଡିସକନେକ୍ଟ କରିଦିଅନ୍ତୁ । ଏହା ସହିତ ଫାୟାରୱାଲକୁ ଅନ୍ କରି ରଖନ୍ତୁ । ଫଳରେ ହ୍ୟାକିଂର ବିପଦ କମ୍ ହେବ

Leave A Reply

Your email address will not be published.

Close Bitnami banner
Bitnami