ଦିନେ ଭାରତ ପାଇଁ ଖେଳୁଥିଲେ ଏବେ ବଂଚିବା ପାଇଁ ଚଷମା ମରାମତି କରୁଛନ୍ତି

568

ଦିନେ ସେ ଭାରତ ପାଇଁ ଖେଳୁଥିଲେ । ଏବେ କିନ୍ତୁ ପରିବାର ବୋଝ ତାଙ୍କୁ ଚଷମା ସଜାଡିବାକୁ ବାଧ୍ୟ କରିଛି । ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳୀ କେମିତି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ତାହାର କାହାଣୀ ଦେଖିବାକୁ ମିଳିଛି ଝାଡଖଣ୍ଡର ଗୁମଲାରେ । ଏହି ଖେଳାଳୀଙ୍କ ନାମ ହେଉଛି ଆସିଫ୍ ଅଲ୍ଲୀ । ଆସିଫ୍ ଅଲ୍ଲୀ ପିଲାବେଳୁ ଫୁଟବଲ ପ୍ରତି ଆକୃଷ୍ଠ ଥିଲେ । ଅତି କମ୍ ବୟସରୁ ହିଁ ଫୁଟବଲ ଖେଳପ୍ରତି ଆଗ୍ରହ ପ୍ରକାଶ କରିବା ସହ ଫୁଟବଲ ପଡ଼ିଆକୁ ଓହ୍ଲାନ୍ତି ଆସିଫ। ଆଖିରେ ଥାଏ ଭାରତୀୟ ଫୁଟବଲ ଦଳ ପକ୍ଷରୁ ଖେଳିବାର ସ୍ୱପ୍ନ । ଆଉ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଗୁମଲା ଡେ ବୋର୍ଡିଂ ସେଣ୍ଟରର କୋଚ ରିଜୱାନ ଅଲିଙ୍କ ଅଧୀନରେ ୨୦୦୬ ରେ ତାଲିମ ଆରମ୍ଭ କରନ୍ତି୨୦୦୭-୦୮ ରେ ପ୍ରଥମ ଥର ପାଇଁ କୋଲକାତାରେ ଅନୁଷ୍ଠିତ ହୋଇଥିବା ସ୍କୁଲ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ର ଜାତୀୟ ପ୍ରତିଯୋଗିତାରେ ନିଜର କମାଲ ଦେଖାନ୍ତି ଆସିଫ୍

ଏହା ପରେ ସେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନର ଅଣ୍ଡର ୧୩ ନ୍ୟାସନାଲ ଚାମ୍ପିୟନଶିପରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହାପରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ସେ ଭାରତୀୟ ଦଳରେ ମନୋନୀତ ହୋଇଥିଲେ। ସେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ୨୦୧୦ ରେ ଇରାନ ଯାଇଥିଲେ ଆଉ ଏହାପରେ ଭାରତୀୟ ଦଳର କ୍ୟାମ୍ପ ଅଣ୍ଡର -14 ପାଇଁ ଚୟନ କରାଯାଇଥିଲା

କିନ୍ତ ଅଭାବ କାରଣରୁ ଆସିଫଙ୍କ ଉପରେ ଅର୍ଥ ବୋଝ ହୋଇପଡ଼ିଥିଲା। ପରିବାର ମଧ୍ୟରେ କେବଳ ବାପାଙ୍କ ରୋଜଗାର ଟଙ୍କାରେ ପୁରା ପରିବାରକୁ ଚଳିବା ଅସମ୍ଭବ ହୋଇପଡ଼ିଥିଲା। ଯାହାପରେ ଆସିଫ୍ ନିଜର ସ୍ୱପ୍ନକୁ ଏକ ଚସମା ଦୋକାନରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେଚସମା ରିପାୟାରିଂ ଦୋକାନରେ କାମକରି ପରିବାର ଚଳାଇବାକୁ ଆରମ୍ଭ କରିଥିଲେ। ତଥାପି ହାର ମାନି ନଥିଲେ ଆସିଫସକାଳେ ଦୋକାନରେ କାମ କରୁଥିଲେ ଏବଂ ଅପରାହ୍ନରେ ସ୍ୱପ୍ନକୁ ଜିତିବା ପାଇଁ ସଂଘର୍ଷ। କିନ୍ତୁ ଧୀରେ ଧୀରେ ପରିବାରର ଦାୟିତ୍ୱ ଖେଳ ଉପରେ ଭାରି ହେବାରେ ଲାଗିଲା। ଆଉ ସେତିକି ବେଳକୁ ବୋଝ ଉପରେ ଲଳିତାବିଡ଼ା ହୋଇ ଲଦି ହେଲା ଲକ୍ଡାଉନ। ଯେଉଁଥିପାଇଁ ଆସିଫ ତାଙ୍କର ଚସମା ଦୋକାନରୁ କାମ ହରାଇଥିଲେ। ଆଉ ଏବେ ଘରେ ରହିଛି ଅଳ୍ପ ବହୁତେ ଚସମା କାମ କରି ପରିବାରର ଭୋକକୁ ମେଣ୍ଟାଉଛନ୍ତିଆସିଫଙ୍କ ଭଉଣୀ ସିଲେଇ କରି ଅଳ୍ପ ବହୁତେ ଘର ଖର୍ଚ୍ଚରେ ସାହାଯ୍ୟ କରୁଛନ୍ତି।

ଆସିଫ କହିଛନ୍ତିଯେ, ଘରର ବଡ଼ ପୁଅ ହୋଇଥିବାରୁ ଘରକୁ ଚଳାଇବା ହେଉଛି ତାଙ୍କ ମୁଖ୍ୟ କାର୍ଯ୍ୟ। ଆଉ ଆର୍ଥିକ ପରିସ୍ଥିତି ଏତେ ଭଲ ନୁହେଁ ଯେ ନିଜ ପାଇଁ ଖେଳ କିଟ୍ ଓ ଭଲ ଡାଏଟର ବ୍ୟବସ୍ଥା କରିପାରିବେଏତେ ବାଧାବିଘ୍ନ ଭିତରେ ସ୍ୱପ୍ନକୁ ଜିତିବା ପାଇଁ ଜିଲ୍ଲାସ୍ତରିୟ ଫୁଟବଲ ମ୍ୟା ଖେଳୁଛନ୍ତିକିନ୍ତୁ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଜେତିକି ସମୟ ଆବଶ୍ୟକ ସେତିକି ଦେଇପାରୁ ନାହାଁନ୍ତି ଆସିଫଯେଉଁଥିପାଇଁ ଆସିଫଙ୍କ ଠାରୁ ଖେଳ ଦୁରେଇ ଦୁରେଇ ଯାଉଛି।

Leave A Reply

Your email address will not be published.

Close Bitnami banner
Bitnami