ବିପିନ୍ ରାୱତ : ଜଣେ ଯୋଦ୍ଧାଙ୍କ କାହାଣୀ ଯାହାଙ୍କ ପଦେ କଥାରେ ଥରୁଥିଲା ପାକିସ୍ତାନ, ବ୍ୟସ୍ତ ହେଉଥିଲା ଚୀନ

1,108

ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ ବିପିନ୍ ରାଓ୍ୱତତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ମୃତ୍ୟୁ ବରଣ କରିଛନ୍ତି । ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟର MI-17V5ରେ ସିଡିଏସ ବିପିନ୍ ରାଓ୍ୱତଙ୍କ ସହ ୧୪ ଜଣ ଥିଲେ । ତେବେ ଏହି ଦୁର୍ଘଟଣାରେ ସିଡିଏସଙ୍କ ସହ ସମସ୍ତ ୧୪ ଜଣ ସହିଦ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳିଛି ।

ସଂକ୍ଷେପରେ ବିପିନ୍ ରାୱତ

୧୯୫୮ ମସିହା ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ବିପିନ୍୧୯୭୮ ଡିସେମ୍ବର ୧୬ରେ ସେକେଣ୍ଡ ଲେଫ୍ଟଲାଣ୍ଟ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ବିପିନ୍ ରାଓ୍ୱତସେକେଣ୍ଡ ଲେଫ୍ଟଲାଣ୍ଟ ଭାବରେ ଯୋଗ ଦେଇଥିବା ବିପିନ୍ ଭାରତୀୟ ସେନାରେ ୩୭ ତମ ଉପ ସେନା ମୁଖ୍ୟ ଭାବରେ ୨୦୧୬ ମସିହା ସେପ୍ଟେମ୍ବର ୧ରେ ଯୋଗ ଦେଇଥିଲେ । ମାତ୍ର ତିନି ମାସ ସେନା ଉପ ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ୩୧ ଡିସେମ୍ବର ୨୦୧୬ରେ ଭାରତୀୟ ସେନାର ସେନା ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ ବିପିନ୍ । ସେ ୨୬ତମ ସେନା ମୁଖ୍ୟ ଭାବରେ ୨୦୧୬ ଡିସେମ୍ବର ୩୧ରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ସେନା ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ କରିବା ପରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ଦାୟିତ୍ୱ ନେଇଥିଲେ ବିପିନ ରାଓ୍ୱତ । ୨୦୨୦ ଜାନୁଆରୀ ୧ରୁ ଭାରତର ପ୍ରଥମ ସିଡିଏସ ଭାବରେ ଦାୟିତ୍ୱ ତୁଲାଉଥିଲେ ବିପିନ୍ । ସିଡିଏସ ଭାବରେ ଦାୟିତ୍ୱ ନେବା ପରେ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ

ଭାରତୀୟ ସେନାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହି ଭାରତ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ । ଦୀର୍ଘ ୪୦ ବର୍ଷରୁ ଅଧିକ ଦିନ ଧରି ଦିନ ରାତି ଭାରତ ପାଇଁ ନିରନ୍ତର କାର୍ଯ୍ୟ ପାଇଁ ବିଭିନ୍ନ ମେଡାଲରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବିପିନ୍ ରାଓ୍ୱତଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପରମ ବିଶିଷ୍ଠ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଠ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଠ ସେବା ମେଡାଲ ସହତି ସେନାର ସର୍ବୋଚ୍ଚ ସମ୍ମାନ ମିଳିଥିଲା ବିପିନ୍ ରାଓ୍ୱତଙ୍କୁ।

Leave A Reply

Your email address will not be published.

Close Bitnami banner
Bitnami