ଘରେ ବସି ବନନ୍ତୁ ଲକ୍ଷପତି, କ୍ରିପ୍ଟୋକରେନ୍ସି ଦେଉଛି ଦମଦାର ରିଟର୍ଣ୍ଣ

828

Crypto Market ରେ ଦିନକୁ ଦିନ ପୁଂଜି ନିବେଶକଙ୍କ ରୁଚି ବଢିବା ସହିତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ନିକଟରେ cryptocurrencies ବଜାରରେ ଉତ୍ଥାନ ପତନ ଦେଖିବାକୁ ମିଳିଛି । ତଥାପି କ୍ରିପ୍ଟୋ କରେନ୍ସି ବଜାରରେ ନିବେଶକଙ୍କ ଗହଳି ଲାଗିବାର କାରଣ ହେଉଛି ଦମଦାର ରିଟର୍ଣ୍ଣ । ଆଜି ଆମେ ଆପଣଙ୍କୁ ଏମିତି କିଛି କ୍ରିପ୍ଟୋ କରେନ୍ସି ବାବଦରେ ଜଣାଇବୁ ଯାହା ଗତ ଦୁଇ ମାସ ମଧ୍ୟରେ ଆଶ୍ଚର୍ଯ୍ୟଜନକ ରିଟର୍ଣ୍ଣ ଦେଇଛନ୍ତି ।

ଦୁଇ ମାସର ରିଟର୍ଣ୍ଣ

ଯଦି ଆପଣ ଦୁଇ ମାସ ତଳେ ବିଟକଏନରେ ୧୦ ହଜାର ଟଙ୍କା ନିବେଶ କରିଥିବେ ତେବେ ଏବେ ଆପଣଙ୍କ ନେଟ୍ ଇନଭେଷ୍ଟମେଣ୍ଟ୍ ୧୪ ହଜାର ଟଙ୍କାରୁ ଟିକିଏ ଅଧିକ ହେବ । ଅନ୍ୟପକ୍ଷରେ ଯଦି ଆପଣ ଏଥୋରିୟମରେ (Ethereum) ସମାନ ଟଙ୍କା ନିବେଶ କରିଥିବେ ତେବେ ବିଟକଏନ ଭଳି ରିଟର୍ଣ୍ଣ ପାଇବେ । କିନ୍ତୁ ଯଦି ଆପଣ ଶିବା ଇନୁ ଟୋକେନରେ ନିବେଶ କରିଥାନ୍ତେ ତେବେ ଆପଣଙ୍କ ୧୦ ହଜାର ଟଙ୍କା ଦୁଇ ମାସରେ ୭୪ ହଜାର ଟଙ୍କା ହୋଇଥାନ୍ତା । ସେହିଭଳି ଯଦି ଆପଣ ସେତିକି ଟଙ୍କା ଦୁଇ ମାସ ପାଇଁ କ୍ରିପ୍ଟୋ କେଡନାରେ ନିବେଶ କରିଥାନ୍ତେ ତେବେ ୬୦ ଦିନରେ ଆପଣ ବଦଳରେ ପାଇଥାନ୍ତେ ୧ ଲକ୍ଷ ୫୭ ହଜାର ଟଙ୍କା

ଏସବୁ ଆପଣଙ୍କୁ ସ୍ୱପ୍ନ ଭଳି ଲାଗୁଥାଇପାରେ । କିନ୍ତୁ ସତ ହେଉଛି ସେପ୍ଟେମ୍ବର ୧୧ରୁ ନଭେମ୍ବର ୧୧ ମଧ୍ୟରେ କ୍ରିପ୍ଟୋ କରେନ୍ସି ମାର୍କେଟ ଜବରଦସ୍ତ ରିଟର୍ଣ୍ଣ ଦେଇଛି ।

ବଜାରରେ ଏବେ ଅନେକ କ୍ରିପ୍ଟୋ କରେନ୍ସି ଅଛନ୍ତି କିନ୍ତୁ ମାତ୍ର ଅଳ୍ପକିଛି ଚର୍ଚ୍ଚାରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା ମାର୍କେଟ୍ କ୍ୟାପିଟାଲାଇଜେସନ୍ ହିସାବରେ ଟପ୍ ୫ କ୍ରିପ୍ଟୋ କରେନ୍ସି କିଏ କିଏ । କ୍ରିପ୍ଟୋ କରେନ୍ସିର ଅଭିବୃଦ୍ଧି ଗ୍ରାଫ୍ ଦେଖି ଅନେକଙ୍କ ପାଇଁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ହୋଇପାରେ । ତେବେ ଏହି ବଜାର ଉପରେ ନଜର ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଚକିତ କଲାଭଳି ନୁହେଁ । କିନ୍ତୁ ବଡ ପ୍ରଶ୍ନ ହେଉଛି ନୂଆକରି କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତି କେମିତି ନିବେଶ କରିବେ, କାହାକୁ ବାଛିବେ । ଯଦି ଆପଣ କୌଣସି କ୍ରିପ୍ଟୋର ଅତିତର ପ୍ରଦର୍ଶନ ଦେଖି ସେଥିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଅତି ସହଜ । ପୁରୁଣା ରିପୋର୍ଟରୁ ଏହା ଜାଣି ହୋଇଯିବ

ଏଠାରେ ଆମେ କିଛି କ୍ରିପ୍ଟୋ କରେନ୍ସି ଉପରେ ଫୋକସ କରିବାକୁ ଯାଉଛୁ । ଯାହାକି ଗତ ଦୁଇ ମାସର ପ୍ରଦର୍ଶନ ଉପରେ ଆଧାରିତ । କିନ୍ତୁ ମନେ ରଖନ୍ତୁ ଏହା ମାର୍କେଟର ଭବିଷ୍ୟତକୁ ନେଇ କୌଣସି ଭବିଷ୍ୟବାଣୀ କରେନାହିଁ । କାରଣ ସେୟାର ମାର୍କେଟ୍ ଭଳି କ୍ରିପ୍ଟୋ କରେନ୍ସିର ବଜାର ମଧ୍ୟ ରିସ୍କରେ ପୂର୍ଣ୍ଣ । ତେଣୁ ନିବେଶ ବେଳେ ବିବେକର ସହିତ କାର୍ଯ୍ୟ କରନ୍ତୁ ।

ଟପ୍ ପ୍ରଦର୍ଶନକାରୀ କ୍ରିପ୍ଟୋ କରେନ୍ସି

ପ୍ରଥମେ ଗତ ଦୁଇ ମାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟପ୍ କ୍ରିପ୍ଟୋ କଏନ୍ସ ଉପରେ ଫୋକସ କରାଯାଉ । ଧ୍ୟାନ ରଖନ୍ତୁ ଏଥିରେ ଏଭଳି କଏନ ସାମିଲ ହେବା ଆବଶ୍ୟକ ଯାହା ବଜାର ମୂଲ୍ୟ, ମାର୍କେଟ୍ ଭ୍ୟାଲୁ ମାମଲାରେ ସବୁଠାରୁ ଅଧିକ ଗ୍ରୋ କରିବେ । ଏହାକୁ ସହଜରେ ବୁଝିବା ପାଇଁ ଏକ ସାଧାରଣ ତଥ୍ୟାକୁ ଦେଖନ୍ତୁ.. ଗତ ଦୁଇ ମାସ ମଧ୍ୟରେ ୧୦ରୁ ଅଧିକ କ୍ରିପ୍ଟୋ କରେନ୍ସିର ମୂଲ୍ୟରେ ୧ ହଜାର ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ଏହାର ଅର୍ଥ ହେଉଛି ଆପଣଙ୍କ ୧୦ ହଜାର ନିବେଶ ଉପରେ ଆପଣଙ୍କୁ ମିଳିଛି ୧ ଲକ୍ଷରୁ ଅଧିକ ରିଟର୍ଣ୍ଣ । ଯଦିଓ ଏହା ଦେଖିବାକୁ ଖୁବ ଆକର୍ଷକ ଲାଗୁଥାଇ ପାରେ କିନ୍ତୁ ଏହି କଏନ୍ ସବୁ ବ୍ୟାପକ ନିବେଶକଙ୍କଠାରୁ ଦୁରରେ ଥାନ୍ତି ଓ ସାର୍ବଜନୀକ ବ୍ୟବସାୟ, ପବ୍ଲିକ ଟ୍ରେଡିଂ ପାଇଁ ଖୁବ କମ ପ୍ଲାଟଫର୍ମରେ ଲିଷ୍ଟେଡ୍ ହୋଇଥାନ୍ତି

1) Fantom

ଏକ ସ୍କେଲବେଲ ସ୍ମାର୍ଟ କଣ୍ଟ୍ରାକ୍ଟ ପ୍ଲାଟଫର୍ମ ଯାହା ଡେଭଲପର୍ସଙ୍କୁ ବିକେନ୍ଦ୍ରିକୃତ ଆପ୍ଲିକେସନ୍ ତିଆରି କରିବାରେ ସକ୍ଷମ କରିଥାଏ । ଗତ କିଛି ମାସ ଧରି ଏହା ହଟ୍ କଏନ ହୋଇ ରହିଛି । ଗତ ଦୁଇ ମାସ ତଳେ ଏହା ୧ଶହ ଟଙ୍କାରେ କାରବାର କରୁଥିଲା ଯାହା ବର୍ତ୍ତମାନ ରିପୋର୍ଟ ଲେଖାଯିବା ବେଳକୁ ୨୧୩ ଟଙ୍କା ରହିଛି । ଅର୍ଥାତ ୭୯ ପ୍ରତିଶତର ବୃଦ୍ଧି ।

2) Polkadot

ଏହା ଅନେକ ବ୍ଲାକଚେନ୍କୁ ଇଣ୍ଟର ଅପରେବଲ ବନାଇବା ପାଇଁ ଡିଜାଇନ୍ କରାଯାଇଛି । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଏହାର ମୂଲ୍ୟ ୨୫୦୦ ଟଙ୍କା ଥିଲା । ଯାହା ଏବେ ବଢିକରି ୩୯୦୦ ଟଙ୍କା ହୋଇଛି । ଯାହାକି ୫୨ ପ୍ରତିଶତ ଅଧିକ ।

3) Binance Coin

ବିନେସ କଏନର ମୂଲ୍ୟରେ ଗତ ୬୦ ଦିନ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ହୋଇଛି । ଏହି ଅବଧିରେ ଏହାର ଆରମ୍ଭ ୨୯ ହଜାର ଟଙ୍କାରୁ ହୋଇଥିଲା ଓ ବର୍ତ୍ତମାନ ଗୋଟିଏ କଏନର ଦାମ ୫୦ ହଜାର ଟଙ୍କା ରହିଛି ।

4) Bitcoin

କ୍ରିପ୍ଟୋ କରେନ୍ସିର ଗଡଫାଦର ଭାବେ ପରିଚିତ ବିଟ୍ କଏନର ମୂଲ୍ୟରେ ଗତ ୬୦ ଦିନ ମଧ୍ୟରେ ୪୨.୪୩ ପ୍ରତିଶ ବୃଦ୍ଧି ଘଟିଛି । ତେବେ ଦୁନିଆର ସବୁଠାରୁ ମୂଲ୍ୟବାନ କ୍ରିପ୍ଟୋ କରେନ୍ସି ଭାବେ ପରିଚିତ ବିଟ୍ କଏନର ମୂଲ୍ୟ ସେପ୍ଟେମ୍ବର ମାସ ଅନ୍ତରେ କମିଯାଇଥିଲା । ତେବେ ଅକ୍ଟୋବର ମଧ୍ୟ ଭାଗରେ ଏହା ପୁଣିଥରେ ପୁରୁଣା ଟ୍ରାକକୁ ଫେରିଥିଲା । ଖବର ଲେଖାଯିବା ବେଳକୁ ଗୋଟିଏ ବିଟ କଏନର ଦାମ ୫୨ ଲକ୍ଷ ଟଙ୍କା ଥିଲା ।

5) Ethereum

ବିଟ କଏନ ପରେ ଏଥୋରିୟମର ମୂଲ୍ୟରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଅବଧିରେ ଏଥୋରିୟମର କାରବାର ପ୍ରାୟ ୨.୪୩ଲକ୍ଷ ଟଙ୍କାରୁ ୩.୭୭ ଲକ୍ଷ ହୋଇଛି ।

ଏହି କ୍ରିପ୍ଟୋ କରେନ୍ସି ଦୁନିଆର ସୁରକ୍ଷିତ କ୍ରିପ୍ଟୋ କରେନ୍ସି ଭାବେ ପରିଚିତ । କିନ୍ତୁ ନିବେଶ କରିବା ବେଳେ ଭାବିଚିନ୍ତି ନିବେଶ କରନ୍ତୁ ।

ତେବେ ନିସନ୍ଦେହରେ ଉପରେ ଯେଉଁ ସବୁ କ୍ରିପ୍ଟୋ କରେନ୍ସିଙ୍କ ବାବଦରେ କୁହାଯାଇଛି ସେମାନେ ସେଭଳି ଉଚ୍ଚତମ ପ୍ରଦର୍ଶନ କରି ନାହାନ୍ତି ଯାହା ବାବଦରେ ଆମେ ଆଗରୁ ଉଲ୍ଲେଖ କରିଥିଲୁ । ଯେଉଁ ବୃଦ୍ଧି ବାବଦେର ଆମେ କହିଛୁ ସେଭଳି ଅଭିବୃଦ୍ଧି କେବଳ ନୂଆ କ୍ରିପ୍ଟୋ କରେନ୍ସି ଦିଅନ୍ତି । ଏଠାରେ ଆମେ କହି ରଖୁଛୁ ଯେ, କିଛି ଏଭଳି କ୍ରିପ୍ଟୋ କଏନ୍ ଗତ ଦୁଇ ମାସ ମଧ୍ୟରେ ବଜାରକୁ ଆସିଛନ୍ତି ଯାହା ଅବିଶ୍ୱସନୀୟ ରିଟର୍ଣ୍ଣ ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କଡେନା, ପେଗନେଟ୍, ଏକ୍ରୋମା, ରାବିଟ୍ଡାଟଡାଉନ୍ ଓ ଟିଆରଏକ୍ସଡାଉନ୍ ଭଳି କଏନ୍ ଗତ ଦୁଇ ମାସ ମଧ୍ୟରେ ୭ ଅଙ୍କ ବିଶିଷ୍ଟ ପ୍ରତିଶତର ଆଶ୍ଚର୍ଯ୍ୟଜନକ ବୃଦ୍ଧି ଦେଇଛନ୍ତି । ଉଦାହରଣ ସ୍ୱରୁପ ଯଦି ଆପଣ TRXDown ଦୁଇ ମାସ ତଳେ ୧୦ହଜାର ଟଙ୍କା ନିବେଶ କରିଥିବେ ତେବେ ବର୍ତ୍ତମାନ ଏହାର ମୂଲ୍ୟ ହେବ ୫୨,୬୮,୨୦୦ ଟଙ୍କା ।

ଟପ୍ ପରଫର୍ମର କ୍ରିପ୍ଟୋ ଟୋକନ

ଏଠାରେ ଜାଣି ରଖନ୍ତୁ ଯେ, କ୍ରିପ୍ଟୋ ଟୋକନ କ୍ରିପ୍ଟୋ କଏନଠାରୁ ଅଲଗା । ଏହା ବର୍ତ୍ତମାନର ବ୍ଲାକ୍ ଚେନ ନେଟୱର୍କ ଉପରେ ଆଧାରିତ । ତେଣୁ କ୍ରିପ୍ଟୋ କଏନ୍ସ ତୁଳନାରେ ଏହାକୁ ତିଆରି କରିବା ମଧ୍ୟ ସହଜ । ଯାହା ଉପରେ କାମ କରିବାକୁ ନିଜର ବ୍ଲାକ୍ ଚେନର ଆବଶ୍ୟକତା ରହିଥାଏ । ଏହି କାରଣରୁ ବଜାରରେ କ୍ରିପ୍ଟୋ ଟୋକେନର ବନ୍ୟା ଆସିଛି ।

ଏହି ଟୋକେନ୍ ୱାଇଲ୍ଡ ରୋରକଷ୍ଟରର ସାଇଡ୍ ଭଳି ହୋଇଥାଏ । ଯାହାକୁ ସର୍ଟ ଟର୍ମ ନିବେଶକ ଖୋଜୁଛନ୍ତି । ତେବେ ନିବେଶ ପୂର୍ବରୁ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ନିଜର କେତେ ଝାଳବୁହା ଟଙ୍କାକୁ ଏଥିରେ ନିବେଶ କରିବାର ରିସ୍କ ନେଇ ପାରିବେ । ଯଦି ଆପଣ ଏଭଳି କିଛି କ୍ରିପ୍ଟୋ ଟୋକେନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ସେହିଭଳି କିଛି ଟୋକେନ ସମ୍ପର୍କରେ ଆମେ ସୂଚନା ଦେଉଛୁ…

1) Shiba Inu

ଶୀବା ଇନୁ ପାଇଁ କ୍ରିପ୍ଟୋ କରେନ୍ସି ଗତ କିଛି ଦିନ ହେବ ଲାଇମ ଲାଇଟରେ ରହିଛି । ଗତ ଦୁଇ ମାସ ମଧ୍ୟରେ ଏହି ଟୋକେନର ମୂଲ୍ୟ ୬୩୮ ପ୍ରତିଶତରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି ।

2) Chromia

କ୍ରୋମିଆ ମୂଲ୍ୟରେ ଗତ ଦୁଇ ମାସ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ମୁଖ୍ୟତଃ ରିଭଲ୍ଭ ଗେମ୍ସ ସହିତ ସହଯୋଗର ଘୋଷଣା ପରେ ଟୋକେନର ମୂଲ୍ୟ ପୂର୍ବର ୨୬ ଟଙ୍କାରୁ ୯୨ ଟଙ୍କା ହୋଇଛି ।ଯାହାକି ୨୦୦ ପ୍ରତିଶତ ଅଭିବୃଦ୍ଧି ।

3) Cartesi

ସ୍ମାର୍ଟ କଣ୍ଟ୍ରାକ୍ଟ ପୋଗ୍ରାମିଂକୁ ଅଧିକ ଉତ୍ତମ କରିବା ପାଇଁ କାର୍ଟେସି ଗତ ସପ୍ତାହରେ ହଟ୍ କଏନ୍ ଥିଲା । ଯାହାର ମୂଲ୍ୟରେ ୭ ଦିନ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ହୋଇଥିଲା । ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟରେ ୧୩୧ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରାରମ୍ଭିକ ମୂଲ୍ୟ ୪୬ ଟଙ୍କାରୁ ବଢି ଏହା ଦୁଇ ମାସ ମଧ୍ୟରେ ୧୧୯ ଟଙ୍କାରେ ପହଂଚିଛି ।

4) Enjin Coin

Enjin ର ଏକ ଟୋକେନ୍-ଏକ ବ୍ଲକ୍ ଚେନ୍ ଆଧାରିତ ଗେମିଂ ପ୍ରଡକ୍ଟ ଫାର୍ମ । ଗତ ଦୁଇ ମାସ ମଧ୍ୟରେ ଏହା ଧିରେ ଧିରେ ବଢିଛି । ଏହି ଅବଦ୍ଧିରେ ଏହାର ବୃଦ୍ଧିହାର ୭୩ ପ୍ରତିଶତ ରହିଥିଲା । ଦୁଇ ମାସ ତଳେ ଏହାର ରିଟେଲ ମୂଲ୍ୟ ୧୨୦ ଟଙ୍କା ଥିଲା । ଏବେ ରହିଛି ୨୩୬ ଟଙ୍କା ।

(କ୍ରିପ୍ଟୋ କରେନ୍ସିରେ ନିବେଶ ଓ ସେୟାର ମାର୍କେଟରେ ନିବେଶରେ ରିସ୍କ ଥାଏ । ନିବେଶ ବେଳେ ନିଜ ବିବେକ ସହ କାର୍ଯ୍ୟ କରନ୍ତୁ । ଏହା କୌଣସି କଏନରେ ନିବେଶ କରିବାକୁ କହୁନାହିଁ । ଏହା କେବଳ ମାତ୍ର ସୂଚନା ପାଇଁ ଖବର ।)

Leave A Reply

Your email address will not be published.

Close Bitnami banner
Bitnami