ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ?

893

ଚୀନ୍ ନିଜ ଅସ୍ତ୍ରଭଣ୍ଡାରରେ ଆଧୁନିକ ଓ ବିପଜ୍ଜନକ ଅସ୍ତ୍ର ମହଜୁଦ କରିବାରେ ଲାଗିଛି । ଅଧିକରୁ ଅଧିକ ଜାହାଜ ତିଆରି କରୁଛି । ପରମାଣୁ ବୁଡାଜାହଜକୁ ମୁତ୍ତୟନ କରୁଛି । ଡ୍ରାଗନ ସେନା ପାଖରେ ସବୁ ଅଛି କିନ୍ତୁ ଖାଲି ନାହିଁ ଆତ୍ମବିଶ୍ୱାସ ଏମିତି ଦାବି କରିଛି ଜାପାନଜାପାନର ଦାବି ଯେ, ଚୀନ ବଡ଼ ବଡ଼ ଯୁଦ୍ଧ ଜାହାଜ ତିଆରି କରୁଛି, ମିଶାଇଲ ଲଂଚ୍ କରୁଛି ସତ କିନ୍ତୁ ପ୍ରକୃତ ଯୁଦ୍ଧ ବେଳେ ଏହାର ସୈନିକ ଛତ୍ରଭଙ୍ଗ ଦେବେଡ୍ରାଗନ ସେନାର ସୈନିକଙ୍କ ପାଖରେ ଯୁଦ୍ଧ ଲଢିବାର ଆତ୍ମବିଶ୍ୱାସ ନାହିଁ

ଏହାର ଉଦାହରଣ ଭାବେ ୨୦୧୮ର ଏକ ଘଟଣାକୁ ଜାପାନ ଆଗରେ ରଖେ । ୨୦୧୮ରେ ଜାପାନର ସୈନିକକୁ ଦ୍ୱିପର ଜଳସୀମା ମଧ୍ୟକୁ ଚୀନର ଏକ ବୁଡା ଜାହଜ ଅନୁପ୍ରବେଶ କରିଥିଲା । ଜାପାନୀ ସେନା ବୁଡା ଜାହଜର ଉପସ୍ଥିତିକୁ ଠଉରାଇ ନେଇଥିଲାଫଳରେ ଚୀନ ବୁଡା ଜାହଜ ପାଣି ଭିତରୁ ତୁରନ୍ତ ବାହାରି ଆସିଥିଲା । ଏହା ମଧ୍ୟ ଚୀନ ପତାକା ଉଡାଇଥିଲା । ପତାକା ଉଡାଇବା ପଛରେ ଗୋଟିଏ ମାତ୍ର କାରଣ ଥିଲା ଯେ, ଯେମିତି ଜାପାନୀ ସୈନିକ ଏହା ଉପରେ ଆକ୍ରମଣ ନକରନ୍ତି । ଜାପାନ ଓ ଆମେରିକାର ଅନେକ ସେନା ଅଧିକାରୀଙ୍କ ଅନୁସାରେ ଏହି ଘଟଣା ପ୍ରମାଣିତ କରେ ଯେ, ଚୀନ୍ ସେନା ପାଖରେ ଆତ୍ମବିଶ୍ୱାସର ଅଭାବ ରହିଛି

ଏକ ସନ୍ତାନ’ ପଲିସି ପାଇଁ ଆତ୍ମବିଶ୍ୱାସର ଅଭାବ

ଚୀନ୍ କମ୍ୟୁନିଷ୍ଟ ସରକାର ଗତ କେଇ ବର୍ଷ ଧରି ସେନା ପିଛା ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି । ଚୀନ୍ ସେନାର ଏହି ଶକ୍ତି କେବଳ ମିଶାଇଲ୍ ଓ ଟ୍ୟାଙ୍କରେ ହିଁ ଦେଖିବାକୁ ମିଳିପାରେ । ଅନ୍ୟପକ୍ଷରେ ଏହାର ସୈନିକଙ୍କ ଆତ୍ମବିଶ୍ୱାସରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯଦିଓ ଚୀନ୍ ଏୟାରକ୍ରାଫ୍ଟ୍ କ୍ୟାରିୟର ତିଆରି କରୁଛି କିନ୍ତୁ ଜାପାନର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଅନୁସାରେ ପ୍ରକୃତ ଯୁଦ୍ଧ ସମୟରେ ଏହି ବିମାନବାହି ଯୁଦ୍ଧ ପୋତ ସବୁ ବନ୍ଦର ଛାଡି ନପାରନ୍ତି । କାରଣ ଚୀନ୍ ସୈନିକ ମୃତ୍ୟୁକୁ ଡରନ୍ତି । ସେମାନେ ଭାବନ୍ତି ଯେ, ଯଦି ସେମାନେ ଯୁଦ୍ଧକୁ ଯାଉଛନ୍ତି ତେବେ ଫେରିବାର ସମ୍ଭାବନା ବହୁତ କମ

ଅନେକ ବିଶେଷଜ୍ଞ ଚୀନ୍ ସୈନିକଙ୍କ ଆତ୍ମବିଶ୍ୱାସ ଅଭାବ ପଛରେ ଦେଶର ଗୋଟିଏ ପରିବାର, ଗୋଟିଏ ପିଲା ପଲିସିକୁ ଦାୟି କରନ୍ତି । ଏହି ନୀତି କାରଣରୁ ଚୀନ ସେନା ବିଶ୍ୱର ଏକମାତ୍ର ଏଭଳି ସେନାର ଯାହାର ସୈନିକ ନିଜ ମାତାପିତାଙ୍କର ଏକମାତ୍ର ସନ୍ତାନ ହୋଇଥାନ୍ତି । ଫଳରେ ସେମାନଙ୍କ ଉପରେ ପରିବାର ଚାପ ଅଧିକ ଥାଏ । କୁହାଯାଉଛି ଯେ, ଚୀନ୍ ସେନାର ୭୦ ପ୍ରତିଶତରୁ ଅଧିକ ସୈନିକ ନିଜ ମାତାପିତାଙ୍କର ଏକମାତ୍ର ପିଲା । ଚୀନ୍ ସଂସ୍କୃତିରେ ମାତାପିତାଙ୍କ ସେବା କରିବା ସନ୍ତାନର କର୍ତ୍ତବ୍ୟ । ଏମିତିରେ ମାତା ପିତା ମଧ୍ୟ ନିଜ ସନ୍ତାନଙ୍କ ମୃତ୍ୟୁ ଚାହାନ୍ତି ନାହିଁ । ଆଉ ସବୁଠାରୁ ବଡ କାରଣ ହେଉଛି ଯେ, ଚୀନରେ ସୈନିକଙ୍କୁ ସମ୍ମାନ ନଜରରେ ଦେଖା ଯାଏନି ଭାରତ ଭଳି ଦେଶରେ ସୈନିକଙ୍କୁ ସବୁଠାରୁ ଅଧିକ ସମ୍ମାନ ମିଳୁଥିବା ବେଳେ ଚୀନରେ ଏହା ସ୍ୱପ୍ନ । ସମ୍ମାନିତ ବ୍ୟକ୍ତି ସେନାରେ ସାମିଲ ହୁଏନାହିଁ ବୋଲି ଚୀନବାସୀଙ୍କ ବିଶ୍ୱାସ ।

ପରିବାର ଓ ସାମାଜିକ ସମ୍ମାନର ଅଭାବ ଚୀନ ସୈନିକଙ୍କ ଆତ୍ମବିଶ୍ୱାସ କମ କରିଥାଏତେଣୁ ପ୍ରକୃତ ଯୁଦ୍ଧରେ ଚୀନ ସୈନିକ ନିଜ ଶତ ପ୍ରତିଶତ ଦେବେ ନାହିଁ ବୋଲି ଜାପାନୀ ଓ ଆମେରିକୀୟ ବିଶେଷଜ୍ଞଙ୍କ ମତ ।

Leave A Reply

Your email address will not be published.

Close Bitnami banner
Bitnami