ତୁର୍କୀ ମ୍ୟାରେଜ୍ ଆକ୍ଟ କ’ଣ ? କ’ଣପାଇଁ ଭାରତରେ ନୁସରତଙ୍କ ବିବାହ ଅବୈଧ ?

342

ତୃଣମୂଳ କଂଗ୍ରେସ ସାଂସଦ ନୂସରତ୍ ଜାହାଁ ବ୍ୟବସାୟୀ ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ଉପରେ ମୁହଁ ଖୋଲିଛନ୍ତି । ନୂସରତ କହିଛନ୍ତି ଯେ, ତାଙ୍କ ବିବାହ ଭାରତରେ ବୈଧ ହୋଇନଥିବାରୁ ତାଙ୍କ ପାଇଁ ତଲାକ ନେବା ଜରୁରୀ ନୁହେଁ । ନୂସରତ ଏକ ଲମ୍ବା ଚଉଡା ବୟାନ ଜାରି କରି କହିଥିଲେ ଯେ ତାଙ୍କ ବିବାହ ଭାରତରେ ବୈଧ ନଥିଲା କାରଣ ଏହା ଦୁଇଟି ଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିଲା ଓ ବିବାହ ମଧ୍ୟ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନ୍ତର୍ଗତରେ ପଂଜିକୃତ ହୋଇନଥିଲା । ସେହିଭଳି ସେ ଏହା ମଧ୍ୟ କହିଛନ୍ତି ଯେ, ତୁର୍କିରେ ହୋଇଥିବା ତାଙ୍କ ବିବାହ ସେହି ଦେଶ (ତୁର୍କି)ରେ ମଧ୍ୟ ସେଠାକାର ଆଇନ ଅନୁସାରେ ବୈଧ ନୁହେଁ । ତେଣୁ ତାଙ୍କୁ ଛାଡପତ୍ର ନେବାର ଆବଶ୍ୟକତା ନାହିଁ । ତେବେ ଆସନ୍ତୁ ଜାଣିବା ତୁର୍କିରେ ବିବାହକୁ ନେଇ ଆଇନ କ’ଣ କହୁଛି ଓ ତା’ର ଭାରତରେ ସ୍ଥିତି କ’ଣ ।

ତୁର୍କି ଆଇନ୍ କ’ଣ ?

2019ରେ ତୁର୍କୀରେ ନିଖିଲ ଓ ନୂସରତଙ୍କ ମଧ୍ୟରେ ବିବାହ ହୋଇଥିଲା । ନୂସରତଙ୍କ କହିବା ହେଉଛି ତୁର୍କି ମ୍ୟାରେଜ୍ ଆକ୍ଟ ଅନୁସାରେ ବିଦେଶ ମାଟିରେ ହୋଇଥିବା ବିବାହ ସମାରୋହ ଆଇନଗତ ନୁହେଁ । ଏମିତିରେ ଜାଣିବା ଜରୁରୀ ଯେ, ବିବାହକୁ ତୁର୍କିରେ କେମିତି ମାନ୍ୟତା ମିଳିଥାଏ ।

ତୁର୍କି ବିବାହ ଆଇନ୍

ତୁର୍କିରେ ସିଭିଲ କୋଡର ଫ୍ୟାମିଲ ଲ’ ଚୁକ୍ତିର କଠୋର ଔପଚାରିକତା ରହିଛି । ଚୁକ୍ତି ପୁରା ହେବା ନିତ୍ୟାନ୍ତ ଜରୁରୀ । ସିଭିଲ ରେଜିଷ୍ଟ୍ରେଶନ ସର୍ଭିସେସ୍ ଆକ୍ଟରେ ତୁର୍କିରେ ବିବାହକୁ ନେଇ ଥିବା ଔପଚାରିକତା ବାବଦରେ କୁହାଯାଇଛି । ସେଠାରେ କେବଳ ସିଭିଲ ମ୍ୟାରେଜକୁ ହିଁ ଆଇନଗତ ମାନ୍ୟତା ମିଳିଛି । ଯେତେବେଳେ ଗୋଟିଏ ଦେଶର ଦୁଇ ଜଣ ନାଗରିକ ତୁର୍କି ମାଟିରେ ବିବାହ କରିବେ ସେତେବେଳେ ସେମାନଙ୍କୁ ନିଜ ଦେଶର ଦୂତାବାସ କିମ୍ବା ସେହି ତୁର୍କି ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ପଡିବ ଯାହାଙ୍କ ପାଖରେ ସିଭିଲ ମ୍ୟାରେଜ୍ କରିବାର ଅଧିକାର ଥିବ ।

ଏହା ମଧ୍ୟ ଜରୁରୀ

ତୁର୍କୀ ଅଧିକାରୀଙ୍କ ସମ୍ମୁଖରେ ବିବାହ ପୂର୍ବରୁ ବିବାହ ଅନୁମତିପତ୍ର ଦେଖାଇବାକୁ ପଡିବ । ଏହି ଅନୁମତିପତ୍ର ତୁର୍କି କିମ୍ବା ସେମାନଙ୍କ ନିଜ ଦେଶର ଦୂତାବାସଠାରୁ ମିଳି ପାରିବ । ବିବାହର କିଛି ଦିନ ପୂର୍ବରୁ ସେମାନଙ୍କୁ ତୁର୍କି ଯିବାକୁ ପଡିବ । ଏହାସହିତ ବିବାହ ସମୟରେ ଜଣେ ତୁର୍କି ଅନୁବାଦକ ଉପସ୍ଥିତ ରହିବା ମଧ୍ୟ ଜରୁରୀ ।

ସ୍ପେଶାଲ ମ୍ୟାରେଜ୍ ଆକ୍ଟ କ’ଣ ?

ନୂସରତ ନିଜ ବୟାନରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ 1954ର ଉଲ୍ଲେଖ କରିଛନ୍ତି । ଏହାକୁ ମଧ୍ୟ ସିଭିଲ ମ୍ୟାରେଜ୍ ବା ରେଜଷ୍ଟ୍ରି ମ୍ୟାରେଜ୍ ବୋଲି କୁହାଯାଇଥାଏ । ଏହା ଭାରତର ସବୁ ଧର୍ମର ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ । ଏହା ଅନ୍ତର୍ଗତରେ ହୋଇଥିବା ବିବାହ ପାଇଁ କୌଣସି ପର୍ସନାଲ ଲ’ ଲାଗୁ ହୋଇନଥାଏ । ତେବେ ଏଥିପାଇଁ ଗୋଟିଏ ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡିଥାଏ । ନୂସରତଙ୍କ ବିବାହ ଅର୍ନ୍ତଧର୍ମୀୟ ବିବାହ ଥିଲା, ତେଣୁ ଏହା ଉପରେ କେବଳ ଏହି ଆଇନ ହିଁ ଲାଗୁ ହୋଇପାରେ । ନୂସରତଙ୍କ କହିବା ହେଉଛି ତାଙ୍କ ବିବାହ ଏହି ଆଇନକ୍ରମରେ ମଧ୍ୟ ମାନ୍ୟ ନୁହେଁ ।

ପ୍ରକୃତ କଥା ହେଉଛି ନୂସରତ ଓ ନିଖିଲ ଡେଷ୍ଟିନେସନ୍ ୱେଡିଂ କରିଥିଲେ । ଅନେକ ଦେଶରେ ଏହାକୁ ଆଇନଗତ ମାନ୍ୟତା ଦିଆ ଯାଇନାହିଁ । ଡେଷ୍ଟିନେସନ୍ ୱେଡିଂ ଏକପ୍ରକାରର ବିବାହ ସମାରୋହ ହୋଇଥାଏ, ଯାହାକୁ ଅନେକ ମଧ୍ୟ ମ୍ୟାରେଜ୍ ପାର୍ଟି ବୋଲି କୁହନ୍ତି । ଭାରତରେ ଏଭଳି ବିବାହ ସମାରୋହ ଆଇନଗତ ଭାବେ ବିବାହ ହେବ ବୋଲି ବାଧ୍ୟତାମୁଳକ ନୁହେଁ । ଏପରିକି ଧାର୍ମିକ ରିତିନିତ ଅନୁସାରେ ହୋଇଥିବା ବିବାହକୁ ମଧ୍ୟ ଛାଡ଼ପତ୍ର ମାମଲାରେ ଅନେକ ପ୍ରକାରର ଆଇନଗତ ବାଧାର ସମ୍ମୁଖୀନ ହେବାକୁ ପଡିଥାଏ ।

Leave A Reply

Your email address will not be published.

Close Bitnami banner
Bitnami