ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏମିତି କ’ଣ ହୋଇଥିଲା ଯେ, ଦେଶକୁ ମିଳିଗଲା ମହୀଶୁର ସାଣ୍ଡଲ ଭଳି ସାବୁନ

370

ଚନ୍ଦନର ବାସ୍ନା ସମସ୍ତଙ୍କୁ ବିମୋହିତ କରେ । ଭାରତୀୟ ଚନ୍ଦନ କାଠର ବାସ୍ନାର କଥା ଅଲଗା । ଭାରତୀୟ ଚନ୍ଦନ ବିଶ୍ୱବ୍ୟାପୀ ଏହାର ବାସ୍ନା ପାଇଁ ପରିଚିତ । ସମ୍ଭବତଃ ଏହି କାରଣ ପାଇଁ ଏକ ଶହ ବର୍ଷ ଧରି ମହୀଶୁର ସାଣ୍ଡାଲ ଭଳି ସାବୁନ ଏବେ ମଧ୍ୟ ଭାରତୀୟଙ୍କ ପସନ୍ଦ ହୋଇ ରହିଛି । ମହୀଶୁର ସାଣ୍ଡଲ ସାବୁନର ବାସ୍ନା ଯେତିକି ମନମୋହକ ଏହାର ଜନ୍ମ କାହାଣୀ ମଧ୍ୟ ସେତିକି ରୋଚକ । ଆସନ୍ତୁ ଜାଣିବା ମହୀଶୁର ସାଣ୍ଡଲ ସାବୁନ ଜନ୍ମ କାହାଣୀ ।

ଏହି ସାବୁନର କାହାଣୀ ମହୀଶୁରର ରାଜପରିବାର ସହ ଜଡିତ । ମେ’ ୧୯୧୬ ମସିହାରେ ମହୀଶୁରର ତତ୍କାଳିନ ଶାସକ ରାଜା କୃଷ୍ଣ ୱାଡିଆର ଚତୁର୍ଥଦେୱାନ ମୋକ୍ଷଗୁଣ୍ଡମ୍ ବିଶ୍ୱେଶରେୟା ଚନ୍ଦନ କାଠରୁ ତେଲ ବାହାର କରିବା କାରଖାନା ବସାଇଥିଲେ । ଏହି କାରଖାନା ବସାଇବାର ମୁଳ ଲକ୍ଷ୍ୟ ଥିଲା ଚନ୍ଦନ କାଠର ଅତିରିକ୍ତ ଭଣ୍ଡାର ସଦୁପୋଯୋଗ କରିବା ।  କାରଣ ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଚନ୍ଦନ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଫଳରେ ମହୀଶୁରରେ ଚନ୍ଦନ କାଠ ଜମା ହେବାରେ ଲାଗିଲା । ଜମା ହୋଇ ରହିଥିବା ଚନ୍ଦନ କାଠର ବ୍ୟବାହର କେମିତି ହେବ ? ଏହି ପ୍ରଶ୍ନରୁ ଜନ୍ମ ନେଇଥିଲା ଗୋଟିଏ ସାବୁନ ଯାହା ଆଗକୁ ଚାଲି ପୁରା ଭାରତର ପ୍ରୀୟ ହୋଇଯାଇଥିଲା ।

ଚନ୍ଦନ କାଠରୁ ତେଲ ବାହାରୁଥିବା ତେଲକୁ ବ୍ୟବହାର କରି ମହୀଶୁର ସାବୁନ ପ୍ରସ୍ତୁତ କଲା । କାରଖାନା ପ୍ରତିଷ୍ଠା ହେବାର ଦୁଇ ବର୍ଷ ପରେ ମହାରାଜାଙ୍କୁ ଚନ୍ଦନ ତେଲରୁ ତିଆରି ପ୍ରଥମ ସାବୁନର ସେଟ୍ ଉପହାର ଭାବେ ଦିଆଯାଇଥିଲା । ଏଥିରୁ ରାଜାଙ୍କୁ ନିଜ ପ୍ରଜାଙ୍କ ପାଇଁ ଏହି ଭଳି ସାବୁନ ତିଆରି କରିବା ଉପାୟ ଆସିଥିଲା । ସେ ନିଜ ମନକଥାକୁ ଦିୱାନଙ୍କ ସହ ବାଣ୍ଟିଥିଲେ । ସାବୁନ କାରଖାନା ବସାଇବା ଦ୍ୱାରା ରାଜ୍ୟରେ ଶିଳ୍ପ କ୍ରାନ୍ତି ଆସିବ ବୋଲି ରାଜା ବୁଝି ପାରିଥିଲେ । ଏହି ଧାରଣାରୁ ଜନ୍ମ ନେଇଥିଲା ମହୀଶୁର ସାଣ୍ଡଲ ସାବୁନ

ତେବେ ଦିୱାନ ବିଶ୍ୱେଶ୍ୱରେୟା ଏଭଳି ସାବୁନ ତିଆରି କରିବାକୁ ଚାହୁଁଥିଲେ ଯାହା ଉତ୍ତମ ଗୁଣବତ୍ତାଯୁକ୍ତ ହେବା ସହିତ ଶସ୍ତା ମଧ୍ୟ ହୋଇଥିବ । ଏଥିପାଇଁ ସେ ବମ୍ବେରୁ ବିଶେଷଜ୍ଞଙ୍କୁ ମହୀଶୁର ନିମନ୍ତ୍ରଣ କରିଥିଲେ । ବିଶେଷଜ୍ଞ ଆସିବା ପରେ ଭାରତୀୟ ବିଜ୍ଞାନ ସଂସ୍ଥା (ଆଇଆଇଏସସି) ପରିସରରେ ସାବୁନ ତିଆରି କରିବା ପାଇଁ ପ୍ରୟୋଗଶାଳା ନିର୍ମାଣ ହେଲା । ମଜାଦାର କଥା ହେଉଛି ଆଇଆଇଏସର ସ୍ଥାପନା ଆଉଜଣେ ଦିୱାନ କେ ଶେଷାଦ୍ରୀ ଆୟରଙ୍କ ଅମଳରେ ୧୯୧୧ରେ ହୋଇଥିଲା

ସାବୁନ ତିଆରି ପାଇଁ ଏହାର ଔଦ୍ୟୋଗିକ ବିକାଶ ଅନିବାର୍ଯ୍ୟ ଥିଲା । ଏଥିପାଇଁ ବିଶ୍ୱେଶ୍ୱେରାୟ ଆଇଆଇଏସସିରେ ହେଉଥିବା ଗବେଷଣାରେ ସାମିଲ ଥିବା ଜଣେ ତାମିଲ ରସାୟନବିତ୍ ସୋସଲେ ଗରଲାପୁରି ଶାସ୍ତ୍ରୀଙ୍କୁ ଲଣ୍ଡନ ପଠାଇଥିଲେ । ଯେମିତି ସେ ସାବୁନ ତିଆରି ବୈଷୟିକ ଦୀଗକୁ ବୁଝିପାରିବେ । ପରେ ଗରଲାପୁରି ‘ସାବୁନ ଶସ୍ତ୍ରୀ’ ଭାବେ ପରିଚିତ ହୋଇଥିଲେ ।

ସାବୁନ ଶାସ୍ତ୍ରୀ ବା ଗରଲାପୁରି ଶାସ୍ତ୍ରୀ ଆବଶ୍ୟକ ଜ୍ଞାନ ଆହରଣ ପରେ ଲଣ୍ଡନରୁ ମହୀଶୁର ଫେରିଥିଲେ । ମହୀଶୁର ଫେରି ସେ ତୁରନ୍ତ ସାବୁନ ତିଆରି କାମ ଆରମ୍ଭ କରିଥିଲେ। ଏହାପରେ ବେଙ୍ଗାଲୁର ନିକଟରେ ଥିବା ଆରସର୍କଲରେ ସରକାରୀ ସାବୁନ ତିଆରି କାରଖାନା ପ୍ରତିଷ୍ଠା ହୋଇଥିଲା । ଏହାପରେ ୧୯୪୪ରେ ଶିବମୋଗାରେ ଆଉ ଏକ ୟୁନିଟ୍ ପ୍ରତିଷ୍ଠା ହୋଇଥିଲା । ୧୯୪୪ ବେଳକୁ ମହୀଶୁର ସାବୁନ ନିଜ ରାଜ୍ୟ ସୀମା ଟପି ପୁରା ଦେଶରେ ପ୍ରସିଦ୍ଧ ହୋଇ ସାରିଥିଲା ।

ତେବେ ଶାସ୍ତ୍ରୀ ଏତିକିରେ ଅଟକିନଥିଲେ ଏହାପରେ ସେ ସାବୁନର ପ୍ୟାକେଜିଂ ଉପରେ ଦୃଷ୍ଟି ଦେଇଥିଲେ । ସେ ସାବୁନକୁ ଏକ ଅଲଗା ଆକାରପ୍ୟାକେଟରେ ଦେଖିବାକୁ ଚାହୁଁଥିଲେ । ସେସମୟରେ ସାବୁନ ସାଧାରଣତଃ ଆୟତକାର ହେବା ସହିତ ପତଳା କାଗଜରେ ପ୍ୟାକ୍ ହେଉଥିଲା । ଶାସ୍ତ୍ରୀ ସାବୁନକୁ ଗୋଲାକାର କରିଥିଲେ । ଫଳରେ ସାବୁନ ପ୍ୟାକେଟରୁ ସହଜରେ ବାହାରି ପାରୁଥିଲା । ସାବୁନର ପ୍ୟାକେଟ୍ ଡିଜାଇନ୍ କରିବାରେ ଭାରତୀୟ ଗହଣା ବାକ୍ସର ସାହାଯ୍ୟ ନିଆଯାଇଥିଲା ।

ଏବେ ସାବୁନ କମ୍ପାନୀର ଲୋଗୋ କ’ଣ ହେବ ତାକୁ ନେଇ ଶାସ୍ତ୍ରୀଙ୍କ ମନରେ ପ୍ରଶ୍ନ ଉଠିଲା । ଏଥିପାଇଁ ସେ ସ୍ଥାନୀୟ ଲୋକକଥାର ସାହାଯ୍ୟ ନେଇଥିଲେ । ହାତୀ ମସ୍ତକସିଂହ ଶରିର ଥିବା ଗୋଟିଏ ପୌରାଣିକ ପ୍ରାଣିର ଚିତ୍ରକୁ ସେ ଲୋଗୋ ଭାବେ ନେଇଥିଲେ । ଯାହାକି ସାହସ ଓ ଜ୍ଞାନର ପ୍ରତୀକ ଥିଲା

୧୯୯୦ ଦଶକରେ ଭାରତୀୟ ଅର୍ଥନୀତି ବିଦେଶୀ କମ୍ପାନୀଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା । ଫଳରେ ଅନେକ ବିଦେଶୀ ବ୍ରାଣ୍ଡର ସାବୁନ ବଜାରକୁ ଆସିଥିଲେ । ଯାହାର ପ୍ରଭାବ ମହୀଶୁର ସାଣ୍ଡଲ ଉପରେ ପଡିଥିଲା । ତଥାପି ସବୁ ଘାତପ୍ରତିଘାତକୁ ଏଡାଇ ଏବେ ମଧ୍ୟ ମହୀଶୁର ସାଣ୍ଡଲ ଦେଶର ସବୁଠାରୁ ସୁଗନ୍ଧିତ ସାବୁନ ଭାବେ ବର୍ଷ ପରେ ବର୍ଷେ ବାସ୍ନା ବିତରଣ କରି ଆସୁଛି ।

Leave A Reply

Your email address will not be published.

Close Bitnami banner
Bitnami