ସଫଳ ଦିବ୍ୟାଙ୍ଗ ଚାଷୀ ଗଣେଶ କୁମାର

557

ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚାଷକୁ ବୃତି ଭାବେ ଆପଣାଇଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁ ଚାଷରେ ମିଳିଛି ତାଙ୍କୁ ସ୍ୱତନ୍ତ୍ର ପରିଚୟ । ସେମିତି ଜଣେ ସଫଳ ଚାଷୀ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁର ଗଣେଶ କୁମାର ସାହୁଛତୁଚାଷଛତୁ ମଞ୍ଜି ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କରିଛନ୍ତି ଆତ୍ମନିର୍ଭରଶୀଳ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଗୁପ୍ତମଠସାହିରେ ରହନ୍ତି ଗଣେଶ କୁମାର । ଜନ୍ମରୁ ସେ ଦିବ୍ୟାଙ୍ଗ । ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ସେତେଟା ସ୍ୱଚ୍ଛଳ ନୁହେଁ । ସେଥିପାଇଁ ବଂଚିବା ଲାଗି ବେଶ ସଂଘର୍ଷ କରିଥିବା ସେ କହିଛନ୍ତି । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପାଠପଢ଼ା ଛାଡ଼ି ସେ ଟ୍ୟୁସନ କରି ରୋଜଗାର କରୁଥିଲେ । ଏହା ପରେ ଟେଲିଫୋନ୍ ବୁଥ୍ କଲେ । ମୋବାଇଲ ଆସିବାରୁ ଟେଲିଫୋନ୍ ବୁଥ୍‌ର ଚାହିଦା କମିଲା । ଫଳରେ ୨୦୦୦ ମିହାରେ ଛତୁ ଚାଷ ଆରମ୍ଭ କଲେ । ଓଡ଼ଗାଁରେ ଛତୁର ଚାହିଦା କମ୍ ଥିବାରୁ ଏନେଇ ତାଙ୍କୁ ପ୍ରଥମେ ବହୁତ କ୍ଷତି ସହିବାକୁ ପଡ଼ିଛି । କ୍ଷତିକୁ ଖାତିର୍  ନ କରି ସେ  ଏଥିରେ ଆଗକୁ  ବଢ଼ିଲେ । ସେଇଠୁ ଧୀରେ ଧୀରେ ଛତୁ ଚାଷ ତାଙ୍କୁ  ଲାଭ ଦେଇଥିଲା । 

mushroom farming, women empowerment, ganesh kumar, handicapped person, farmer, atmanirbhar, creating jobs
Ganesh Kumar Empowering Women in Nayagarh

ତେବେ ଛତୁର ଚାହିଦା ବୃଦ୍ଧି ପାଇବା ସହ ଛତୁ ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା । ଯାହାଫଳରେ ତାଙ୍କୁ ଛତୁ ବିକ୍ରି କରିବାରେ ଅସୁବିଧା ହେଲା । ସେଇଠୁ ଏହାର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କଲେ ଗଣେଶ । ଏହା ପରେ ସେ ଛତୁ ମଞ୍ଜି ଉତ୍ପାଦନ ଯୋଜନା କଲେ । ଏ ନେଇ ତାଲିମ୍ ନେଲେ ଗଣେଶ । ଉଦ୍ୟାନ ବିଭାଗ ସହାୟତାରେ ବ୍ୟାଙ୍କରୁ ୯ ଲକ୍ଷ ୫୦ ହଜାର ଟଙ୍କା ଋଣ ଆଣି ୨୦୧୨ରେ ଛତୁ ମଞ୍ଜି ଉତ୍ପାଦନ କଲେ ।

ଏବେ ତାଙ୍କ ଯୋଗୁ ବିଭିନ୍ନ ଅଂଚଳର ଚାଷୀ ଉପକୃତ ହେଉଛନ୍ତି । ଅର୍ଥାତ ତାଙ୍କଠାରୁ ଛତୁଚାଷ ଲାଗି ମଞ୍ଜି ସଂଗ୍ରହ କରୁଛନ୍ତି । ତେବେ ଏହି ଛତୁ ଚାଷ  ଓ ମଞ୍ଜି ଉତ୍ପାଦନରୁ ମାସିକୁ ସେ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି ।  କେତେକ ମହିଳାଙ୍କୁ ମଧ୍ୟ ରୋଜଗାରର ରାହା ଦେଖାଇଛନ୍ତି ।  ମଞ୍ଜି ଉତ୍ପାଦନ ୟୁନିଟ୍‌ରେ ୮-୧୦ ଜଣ ମହିଳା କାମ କରୁଛନ୍ତି ।  ତାଙ୍କର ଏଭଳି ସଫଳତା ଯୋଗୁ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଏକ୍ଷେତ୍ରରେ ତାଙ୍କୁ ଅଧିକ ସହାୟତା ତଥା ପ୍ରୋତ୍ସାହନ ମିଳିଲେ ଅଧିକ କିଛି କରିବା ଆଶା ରଖିଛନ୍ତି ଗଣେଶ । ଆଗାମୀ ଦିନରେ ବଡି, ପାମ୍ପଡ଼ଆଚାର ତିଆରି କରି ବ୍ୟବସାୟ ବଢ଼ାଇବେ ଓ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିବେ ବୋଲି କହିଛନ୍ତି ଗଣେଶ ।

Leave A Reply

Your email address will not be published.

Close Bitnami banner
Bitnami