୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Above Post Content

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି । ସେମାନେ ହେଲେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷନ୍‌, ଅଜିତ କ୍ରିଷନନ୍‌, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

Middle post content

ବାୟୁସେନାର ସବୁ ଫାଇଟର ଜେଟ୍ ଉଡାଇଛନ୍ତି ୪ ମହାକାଶଚାରୀ

After 2nd paragraph post ads

ଏହି ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରଥମ ଭାରତୀୟ ହେବେ ଯେଉଁମାନେ ନିଜ ମାଟିର ମହାକାଶ ଯାନରେ ଭାରତୀୟ ମାଟିରୁ ମହାକାଶକୁ ଯିବେ । ଏହି ଚାରିଜଣ ମହାକାଶଚାରୀମାନେ ରୁଷ୍‌ରେ ବ୍ୟାପକ ତାଲିମ ନେଇଛନ୍ତି । ଏହି ୪ ଜଣ ପାଇଲଟ୍ ଦେଶର ବାୟୁସେନାର ସବୁ ପ୍ରକାର ଫାଇଟର ଜେଟ୍ ଉଡାଇସାରିଛନ୍ତି । ସବୁପ୍ରକାର ଫାଇଟର ଜେଟ୍ ବିଷୟରେ ଏହି ୪ଜଣ ପାଇଲଟଙ୍କର ସବିଶେଷ ଜ୍ଞାନ ରହିଛି । ଏବେ ବେଙ୍ଗାଲୁରୁ ଏଷ୍ଟ୍ରୋନଟ୍ ଟ୍ରେନିଙ୍ଗ ଫ୍ୟାସିଲିଟିରେ ଏମାନଙ୍କ ଟ୍ରେନିଙ୍ଗ ଚାଲିଛି । ଚଳିତବର୍ଷ ଶେଷ ଆଡ଼କୁ ଇସ୍ରୋ ଏହି ୪ଜଣ ପ୍ରଶିକ୍ଷିତ ପାଇଲଟଙ୍କୁ ଗଗନଯାନରେ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami